Home ଜାତୀୟ ଜାହାଜର ବିଘଟନ ବିଧେୟକ ୨୦୧୯ ଉପରେ ଆଇନ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

ଜାହାଜର ବିଘଟନ ବିଧେୟକ ୨୦୧୯ ଉପରେ ଆଇନ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

13
Image for representational purpose only

ନୂଆଦିଲ୍ଲୀ ; ଜାହାଜର ବିଘଟନ ବିଧେୟକ ୨୦୧୯ ଉପରେ ଆଇନ ନିର୍ମାଣ କରିବା ତଥା ଜାହାଜଗୁଡ଼ିକୁ ପରିବେଶ ଅନୁକୂଳ ଭାବେ ବିଘଟିତ କରିବା ପାଇଁ ହଂକଂ ଅନ୍ତଃରାଷ୍ଟ୍ରୀୟ କନଭେନସନ ୨୦୦୯ରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଲାଭ:

ପ୍ରସ୍ତାବିତ ବିଧେୟକ ଏପରି ହାନିକାରକ ସାମଗ୍ରୀମାନଙ୍କର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥାଏ, ଯାହାକୁ କି ଜାହାଜର ବିଘଟନ କରିବା କିମ୍ବା ଅନ୍ୟ ଭାବେ ମଧ୍ୟ ବ୍ୟବହାର କରାଯାଇ ଥାଏ । ନୂତନ ଜାହାଜଗୁଡିକ ପାଇଁ ଏପରି ସାମଗ୍ରୀ ବ୍ୟବହାର ଉପରେ ବିଧେୟକ ଆଇନର ରୂପ ନେବା ସହିତ ତୁରନ୍ତ ପ୍ରତିବନ୍ଧକ ଲଗାଯିବାର ବ୍ୟବସ୍ଥା ରହିଛି ଯେତବେଳେ କି ମହଜୁଦ ଜାହାଜକୁ ଏହି ବ୍ୟବସ୍ଥା ଆପଣେଇବା ପାଇଁ ୫ ବର୍ଷ ସମୟ ପ୍ରଦାନ କରାଯିବ । ହାନିକାରକ ସାମଗ୍ରୀ ଗୁଡ଼ିକର ବ୍ୟବହାର ଉପରେ ରୋକ କିମ୍ବା ପ୍ରତିବନ୍ଧକ ଯୁଦ୍ଧପୋତ ଏବଂ ସରକାରଙ୍କ ଦ୍ୱାରା ସଂଚାଳିତ ଅଣ-ବ୍ୟବସାୟିକ ଜାହାଜ ଉପରେ ଲାଗୁ ହେବ ନାହିଁ । ଜାହାଜରେ ହାନିକାରକ ସାମଗ୍ରୀ ଗୁଡ଼ିକର ବ୍ୟବହାର ଯାଞ୍ଚ କରାଯିବା ପରେ ହିଁ ସେଗୁଡିକୁ ପ୍ରମାଣପତ୍ର ଜାରି କରାଯିବ ।

ଏହି ବିଧେୟକରେ ବ୍ୟବସ୍ଥା କରାଯାଇଛି ଯେ ଜାହାଜର ବିଘଟନ ପାଇଁ ନିର୍ମାଣ କରାଯାଇଥିବା ସ୍ଥାନ ଅଧିକୃତ ହେବା ଆବଶ୍ୟକ ଏବଂ ଜାହାଜର ବିଘଟନ କେବଳ ସେହି ସ୍ଥାନରେ ହେବା ଆବଶ୍ୟକ ।

ବିଧେୟକ ଅନୁସାରେ ଜାହାଜର ବିଘଟନ ନିର୍ଦ୍ଧାରିତ ଯୋଜନା ଅନୁରୂପ ହେବା ଆବଶ୍ୟକ । ଭାରତରେ ବିଘଟନ କରାଯାଉଥିବା ଜାହାଜଗୁଡ଼ିକର ହଂକଂ ଆନ୍ତର୍ଜାତିକ କନଭେନସନ ଅନୁଯାୟୀ ରେଡି ଫର ବିଘଟନ ପ୍ରମାଣ ପତ୍ର ନେବା ଜରୁରୀ ।

ପ୍ରମୁଖ ବିଶେଷତ୍ୱ

ଭାରତ ସରକାର ଜାହାଜ ବିଘଟନ ସହିତ ସମ୍ବନ୍ଧିତ ବିଧେୟକ ୨୦୧୯କୁ ଆଇନର ରୂପ ପ୍ରଦାନ କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହାର ଅନ୍ତର୍ଗତ ଜାହାଜଗୁଡ଼ିକର ବିଘଟନ ପାଇଁ ଆନ୍ତର୍ଜାତିକ ମାନକକୁ ଗ୍ରହଣ କରାଯିବା ପାଇଁ କିଛି ବୈଧାନିକ ପ୍ରକ୍ରିୟା ଏବଂ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି ।

ଏହା ମଧ୍ୟ ସ୍ଥିର କରାଯାଇଛି କି ଜାହାଜଗୁଡ଼ିକର ବିଘଟନ ପ୍ରକ୍ରିୟା ଯେପରି ହଂକଂ ଅନ୍ତର୍ଜାତୀୟ କନଭେନସନ ୨୦୦୯ର ବ୍ୟବସ୍ଥା ଅନ୍ତର୍ଗତ ପରିବେଶ ଅନୁକୂଳ ହେବ ।

ହଂକଂ ଆନ୍ତର୍ଜାତିକ କନଭେନସନର ପ୍ରଭାବରେ ଆସିବା ସହିତ ଏହାର ବ୍ୟବସ୍ଥାକୁ ବିଘଟନ ଅଫ ସିପ ମିଲ ୨୦୧୯ରେ ସମାହିତ କରାଯିବ ।

ସ୍ରୋତ-ପିଆବି