୩୦ ଜିଲ୍ଲା ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା

6

କଟକ,୩୦/୧୦/୨୧ (ଜିଲ୍ଲା ଖବର) : ମମିତା ମେହେରଙ୍କୁ ନ୍ୟାୟ ଦେବା ନେଇ ରାଜ୍ୟର ୩୦ ଜିଲ୍ଲା ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ଯାହାର ଆରମ୍ଭ ଆଜି କଟକ ଜିଲ୍ଳା ଗ୍ରାମାଞ୍ଚଳ ଏସପି କାର୍ଯ୍ୟାଳୟରୁ କରାଯିବ। ସକାଳ ୧୦ ଟା ସମୟରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାନେତ୍ରୀ ଭାନଥି ଶ୍ରୀନିବାସନଙ୍କ ନେତୃତ୍ବରେ ଏସପି କାର୍ଯ୍ୟାଳୟ ଘେରାଉ କରାଯିବା । ଏଥିରେ କେନ୍ଦ୍ରରୁ ଆସିଥିବା ତିନି ଜଣିଆ ପ୍ରତିନିଧି ଦଳ ସାମିଲ ହେବେ।

ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷାଙ୍କ ସମେତ ସାଂସଦ ସୁନୀତା ଦୁଗଲ ଓ ବିଧାୟିକା ଶ୍ରୀରୂପା ମିତ୍ର ଉପସ୍ଥିତ ରହିବେ। ତେବେ ଏହି ଆନ୍ଦୋଳନରେ ମମିତା ମେହେରଙ୍କୁ ନ୍ୟାୟ ଦେବା ସହ ଏଥିରେ ସଂପୃକ୍ତି ଥିବା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବ ଦଳ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଏହି ଆନ୍ଦୋଳନରେ ବିଜେପି ମହିଳା ମୋର୍ଚ୍ଚାର ସବୁ ନେତ୍ରୀ ସାମିଲ ହେବେ।