Home ଆଞ୍ଚଳିକ ପିଏମ ମୋଦିଙ୍କ 5 ଦିନିଆ ୟୁରୋପ ଗସ୍ତର ଆଜି ଦ୍ବିତୀୟ ଦିନ

ପିଏମ ମୋଦିଙ୍କ 5 ଦିନିଆ ୟୁରୋପ ଗସ୍ତର ଆଜି ଦ୍ବିତୀୟ ଦିନ

15

ନୂଆଦିଲ୍ଲୀ, ୩୦/୧୦/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5 ଦିନିଆ ୟୁରୋପ ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ପ୍ରଧାନମନ୍ତ୍ରୀଙ୍କ ଭାଟିକାନ ସିଟି ଗସ୍ତ କରି ପୋପ ଫ୍ରାନ୍ସିକୋଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।  ଏହାସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ହେବାକୁ ଥିବା ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ଆମେରିକା “ଅକସ” ଗଠନ କରିବା ପରେ ଭାରତ ଏବଂ ଫ୍ରାନ୍ସ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ସାମ୍ନାସାମ୍ନି ଆଲୋଚନା ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହୋସେନ ଲଙ୍ଗଙ୍କ ସହ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଦିନ 11ଟା 35ରେ ଭାଟିକାନ ଗସ୍ତରେ ବାହାରିବେ ପ୍ରଧାନମନ୍ତ୍ରୀ । ଦିନ 12ଟାରେ ପୋପ ଫ୍ରାନ୍ସିକୋଙ୍କ ଆଲୋଚନା କରିବେ ।

ଏହାପରେ ଭାଟିକାନର ସେକ୍ରେଟାରୀ ଅଫ ଷ୍ଟେଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରା କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ମ 3ଟା 15ରୁ 5ଟା 30 ପର୍ଯ୍ୟନ୍ତ  ‘ବିଶ୍ବ ଅର୍ଥନୀତି ଏବଂ ବିଶ୍ବ ସ୍ବାସ୍ଥ୍ୟ’ ଶୀର୍ଷକ G-20 ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନରେ ଯୋଗ ଦେବେ। ଏହାପରେ 5ଟା 35ରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିବେ। ତେବେ ଏହା ପୂର୍ବରୁ ଗସ୍ତର ପ୍ରଥମ