ମମିତାକୁ ନ୍ୟାୟ ଦାବିରେ ଆଜି ବାଲେଶ୍ୱର ସମେତ ଭଦ୍ରକ-ବୌଦ୍ଧ ବନ୍ଦ ଡାକରା ଦେଇଛି ବିଜେପି

1

ବାଲେଶ୍ୱର/ ବୌଦ୍ଧ/ ଭଦ୍ରକ,୩୦/୧୦/୨୧ (ଜିଲ୍ଲା ଖବର) : ମମିତାକୁ ନ୍ୟାୟ ଦାବିରେ ଆଜି 12 ଘଣ୍ଟିଆ ବାଲେଶ୍ବର ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ ଟାରୁ ଠାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବାଲେଶ୍ଵର ଜିଲ୍ଲା ବନ୍ଦ ଡାକରା ଦେଇଛି ଦଳ। ସେପଟେ ସୋର ବିଜେପି ତରଫରୁ ମଧ୍ୟ ସୋର ବନ୍ଦ୍ ସହିତ ସୋର ଥାନା ଘେରାଉ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ବନ୍ଦରେ ବିଜେପି ଯୁବ ମୋର୍ଚ୍ଚା, ବିଜେପି ମହିଳା ମୋର୍ଚ୍ଚା ସାମିଲ ହେବେ । ସେପଟେ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦେବା ସହ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି 6 ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଛି ବିଜେପି।  ସକାଳ 6ଟାରୁ ଦିନ 12ଟା ପର୍ଯ୍ୟନ୍ତ ବନ୍ଦ କରିବ ବିଜେପି ।

ସେହିପରି 12 ଘଣ୍ଟିଆ ବୌଦ୍ଧ ଜିଲ୍ଲା  ମଧ୍ୟ ବନ୍ଦ ଡାକରା ଦେଇଛି ବିଜେପି । ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଉକ୍ତ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଏହାର ପ୍ରତିବାଦରେ ବିଜେପି ପକ୍ଷରୁ 12ଘଣ୍ଟା ବନ୍ଦ ଡାକରା ଦିଆଯାଇଛି । ସକାଳ 6ଟାରୁ  ଠାରୁ  ସନ୍ଧ୍ୟା  6ଟା  ପର୍ଯ୍ୟନ୍ତ  ବୌଦ୍ଧ  ଜିଲ୍ଲା  ବନ୍ଦ ଡାକରା  ଦିଆଯାଇଛି ।