
ଭୁବନେଶ୍ୱର, ୩୦/୧୦/୨୧ (ଜିଲ୍ଲା ଖବର) : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ନଥିଲେ ବି ଆଂଶିକ ପ୍ରଭାବ ପଡ଼ିବ । ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହି ଲଘୁଚାପର କେନ୍ଦ୍ରରୁ ଏକ ନିମ୍ନଚାପରେଖା ବଙ୍ଗୋପସାଗର କୂଳରେ ବାୟୁମଣ୍ଡଳର ୧.୫ କିମି ଯାଏଁ ବ୍ୟାପିଛି ।
ଓଡିଶା ଉପକୂଳ ତଥା ତତ୍ ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି । ସେପଟେ, ଧୀରେ ଧୀରେ ରାଜ୍ୟରେ ଶୀତର ପ୍ରକୋପ ବଢୁଛି। ରାତିରେ ସର୍ବନିମ୍ନ ପାରଦ ତଳମୁହାଁ ହେଉଥିବାବେଳେ ସକାଳୁ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି ।
ଦକ୍ଷିଣ-ଉପକୂଳ ଓଡିଶାର କିଛି କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ଖସୁଥିବାବେଳେ, ଅବଶିଷ୍ଟ ଓଡିଶାରେ ଦିନ ତାପମାତ୍ରା ସ୍ଥିର ରହିଛି । ଦକ୍ଷିଣ ଓଡିଶାରେ ଦିନ ତାପମାତ୍ରା ସ୍ଥିର ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଦେଇଛି ।


