
ମହାରାଷ୍ଟ୍ର,୩୦/୧୦/୨୧ (ଜିଲ୍ଲା ଖବର) : ୨୫ ଦିନ ଜେଲ୍ରେ କାଟିବା ପରେ ଆଜି ଜେଲରୁ ବାହାରିବେ ଆରୟନ ଖାନ୍ । ବମ୍ବେ ହାଇକୋର୍ଟରୁ ଏନଡିପିଏସ୍ କୋର୍ଟ ପର୍ଯ୍ୟନ୍ତ ଜାମିନ୍ ପାଇଁ ପ୍ରକ୍ରିୟାରେ ବିଳମ୍ବ ହେତୁ ଗତକାଲି ସମୟ ଭିତରେ ଜେଲରେ ପହଁଚି ପାରିଲାନି କୋର୍ଟଙ୍କ ଜାମିନ ଅର୍ଡର । ଫଳରେ ଜେଲରୁ ମୁକୁଳି ପାରି ନଥିଲେ ଆରୟନ । ଫଳରେ ଆହୁରି ଗୋଟିଏ ଦିନ ଆର୍ଥର ରୋଡ ଜେଲରେ କାଟିଛନ୍ତି ଶାହରୁଖ ଖାନଙ୍କ ପୁଅ । ଆଜି ଅର୍ଥାତ ଶନିବାର ସକାଳ ୯ଟାରୁ ଅପରାହ୍ନ ୧୨ ମଧ୍ୟରେ ଜେଲ୍ରୁ ବାହାରିବେ ଆରୟନ। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗୁରୁବାର ଆରୟନଙ୍କ ବମ୍ବେ ହାଇକୋର୍ଟ ସର୍ତ କୂଳମ ଜାମିନ ପ୍ରଦାନ କରିଛନ୍ତି ।
୫ ଫର୍ଦ୍ଦର ବେଲ ଅର୍ଡର ଜାରି କରିଛନ୍ତି ବମ୍ବେ ହାଇକୋର୍ଟ । ୧ ଲକ୍ଷ ଟଙ୍କା ଜାମିନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏଥିରେ କୁହାଯାଇଛି । ସେହିପରି ପ୍ରତି ଶୁକ୍ରବାର ଏନସିବିରେ ହାଜିର ହେବେ ଆରୟନ । ମୁମ୍ବାଇ ବାହାରକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୁମ୍ବାଇ ବାହାରକୁ ଗଲେ ତଦନ୍ତ ଅଧିକାରୀଙ୍କ ଅନୁମତି ନେବେ । ଆରୟନଙ୍କ ଜାମିନ୍ ମିଳିବା ପରେ ଶାହାରୁଖ ଖାନଙ୍କ ପରିବାରକୁ ଫେରିଛି ଖୁସି । ଆରୟନଙ୍କ ଆସିବା ଖୁସିରେ ମନ୍ନତରେ ଆଲୋକରେ ସାଜସଜା ମଧ୍ୟ ଆରମ୍ଭ ହୋଇଯାଇଛି।


