Saturday, October 17, 2026
Home ଅପରାଧ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା, ରାତି ଅଧରେ ଉଠାଇ ନେଲା ପୋଲିସ

ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା, ରାତି ଅଧରେ ଉଠାଇ ନେଲା ପୋଲିସ

7

ଭୁବନେଶ୍ୱର,୩୦/୧୦/୨୧ (ଜିଲ୍ଲା ଖବର) : ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ଆନ୍ଦୋଳନ କରୁଥିବା ଲୋକଙ୍କୁ ଉଠାଇନେଲା ପୋଲିସ । ଆନ୍ଦୋନକାରୀଙ୍କୁ  ରାତି ଅଧରେ ଉଠାଇ ନେଲା ପୋଲିସ । ଗତକାଲି ଅପରାହ୍ନ ୪ଟା ସମୟରୁ ରାଜରାସ୍ତା ଅବରୋଧ କରି ଗୋବିନ୍ଦ କୁମ୍ଭାରଙ୍କ ପତ୍ନୀ ରୁବୀ କୁମ୍ଭାର ଓ ତାଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ଆନ୍ଦୋଳନରେ ବସି ରହିଥିଲେ । ଯାହାକୁ ସମର୍ଥନ ଜଣାଇ ଜିଲ୍ଲା କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ବରଗଡ଼ ସହରର ସମସ୍ତ ଛକ ଗୁଡିକରେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଥିଲେ । ଘଟଣାସ୍ଥଳକୁ ଉପ ଜିଲ୍ଲାପାଳ ଓ ସଦର ଏସଡିପିଓ ପହଞ୍ଚି ଆଲୋଚନା କରିଥିଲେ । ହେଲେ ଆଲୋଚନା ବିଫଳ ହେବାରୁ ରାତି ଅଧରେ ଆସି ପୋଲିସ୍ ଆନ୍ଦୋନକାରୀଙ୍କୁ ଜୋରଜବରଦସ୍ତି ଉଠାଇ ନେଇଛି ।