
ପୁରୀ,୩୦/୧୦/୨୧ (ଜିଲ୍ଲା ଖବର) : ପୁରୀରେ ପୋଲିସର ଦବଙ୍ଗଗିରି। କୋଭିଡ୍ ନିୟମ ଥିଲେ ବି ପୋଲିସ ବାବୁଙ୍କ ପାଇଁ ଖୋଲିଛି ଶ୍ରୀଗୁଣ୍ଡିଚା ମନ୍ଦିର। ପୁଲିସ ବାବୁ ଜଣଙ୍କ ନିଜେ ମୋଟରସାଇକେଲ ଚଳାଇ ସିଂହଦ୍ବାର ଗୁମୁଟ ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଯେଉଁ ଦ୍ବାର ଦେଇ ମହାପ୍ରଭୁ ଆଡପମଣ୍ଡପକୁ ବିଜେ କରିଥାନ୍ତି ସେହି ଦ୍ବାର ଦେଇ ମୋଟରସାଇକେଲ ଚଢି ମନ୍ଦିରକୁ ପ୍ରବେଶ କରୁଛନ୍ତି ପୋଲିସ ବାବୁ।



