
ମୁମ୍ବାଇ,୩୦/୧୦/୨୧ (ଜିଲ୍ଲା ଖବର) : ଆଉ ମାତ୍ର କିଛି ସମୟ ଅପେକ୍ଷା ପରେ,ଆର୍ଯ୍ୟନ ଖାନ୍ ‘ମନ୍ନତ’କୁ ଫେରିବେ ବୋଲି ଆଶା କରାଯାଉଛି । କୋର୍ଟଙ୍କ ଆଦେଶ ପାଇବା ପାଇଁ , ଆର୍ଥର ଜେଲର ବେଲ ବକ୍ସ ଆଜି ସକାଳ ୫.୩୦ ରେ ଖୋଲା ଯାଇଥିଲା। ବର୍ତ୍ତମାନ ଆଶା କରାଯାଉଛି ଯେ, ଜେଲର କିଛି ଔପଚାରିତା ପୂରଣ କରିବା ପରେ, ଆର୍ଯ୍ୟନ୍ ଖାନଙ୍କୁ ପ୍ରାୟ ୧୦ ଟା ସୁଦ୍ଧା ମୁକ୍ତ କରାଯିବ ।
ଅନ୍ୟପଟେ ପୁଅକୁ ଆଣିବା ପାଇଁ ଶାହରୁଖ ଖାନ୍ ମନ୍ନତ ବଙ୍ଗଳାରୁ ଆର୍ଥର ରୋଡ ଜେଲକୁ ବାହାରିଛନ୍ତି । ଆଉ ଏକ କଥା ମଧ୍ୟ କୁହାଯାଉଛି ଯେ, ଆର୍ଯ୍ୟନ ଘରୁ ଫେରିବା ନେଇ, ମନ୍ନତକୁ ସମ୍ପୂର୍ଣ୍ଣ ଭାବେ ସଜା ଯାଇଛି । ଅନ୍ୟପଟେ ଶୁକ୍ରବାର ଅଭିନେତ୍ରୀ ଜୁହି ଚାୱଲା ଏନଡିପିଏସ କୋର୍ଟରେ ପହଞ୍ଚି ଆର୍ଯ୍ୟନ ଖାନଙ୍କ ଜାମିନ ବାବଦରେ ୧ ଲକ୍ଷ ଟଙ୍କାର ବେଲ୍ ବଣ୍ଡ୍ ଜମା କରିଥିଲେ । ସମସ୍ତ ଔପଚାରିକତା ପୂରଣ କରିଥିଲେ।
ବମ୍ବେ ହାଇକୋର୍ଟ ୫ପୃଷ୍ଠାର ବେଲ୍ ଅର୍ଡରରେ କଡା ସର୍ତ୍ତ ମଧ୍ୟ ରଖିଛନ୍ତି ।ସେସବୁକୁ ଆର୍ଯ୍ୟନ ଖାନଙ୍କୁ ପାଳନ କରିବାକୁ ପଡିବ ।


