
ନୂଆଦିଲ୍ଲୀ, ୩୦/୧୦/୨୧ (ଜିଲ୍ଲା ଖବର) : ଗତକାଲି ମାତ୍ର ୪୬ ବର୍ଷ ବୟସରେ ହୃଦଘାତରେ କନ୍ନଡ ସିନେମା ଅଭିନେତା ପୁନୀତ୍ ରାଜକୁମାରଙ୍କ ଦେହାନ୍ତ ହୋଇଛି । ସେ ଆରପାରିକୁ ଚାଲି ଯାଇଛନ୍ତି ସତ, ହେଲେ ଦେଇ ଯାଇଛନ୍ତି ତାଙ୍କ ଆଖି ଯୋଡିକ । ସେ ନିଜ ଚକ୍ଷୁଦାନ କରି ଦେଇ ଯାଇଛନ୍ତି । ଏବେ ଦୁନିଆ ଦେଖିବ ପୁନୀତ୍ ଙ୍କ ଆଖି । କେବଳ ପୁନୀତ୍ ନୁହଁନ୍ତି , ତାଙ୍କ ପିତା ମଧ୍ୟ ନିଜ ଚକ୍ଷୁଦାନ କରିଥିଲେ । ଠିକ୍ ସେମିତି ନିଜ ପିତା ତଥା ସୁପରଷ୍ଟାର ରାଜ କୁମାରଙ୍କ ପରି ପୁନୀତ୍ ମଧ୍ୟ ନିଜର ଚକ୍ଷୁଦାନ କରି ଯାଇଛନ୍ତି ।
ଗତକାଲି ହଠାତ୍ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା । ହେଲେ ସେଠାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା । ଅନ୍ୟପଟେ ତାଙ୍କର ହଠାତ୍ ଏପରି ଅକାଳ ବିୟୋଗକୁ ସହଜରେ ବିଶ୍ବାସ କରି ପାରୁ ନାହାଁନ୍ତି ତାଙ୍କ ପରିବାର ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସମାନେ ।


