Thursday, November 12, 2026
Home ଆଞ୍ଚଳିକ ଶେରଗଡ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଶେରଗଡ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

24

ଶେରଗଡ,୨୯/୧୦/୨୧(ଜିଲ୍ଲା ଖବର):ଆଜି ଶେରଗଡ ବ୍ଲକ ପରିସରରେ ବିଜୁ ଜନତା ଦଳର ସମାଜ ସେବା ଅଭିଯାନ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ରକ୍ତଦାନ ଶିବିରରେ ଶେରଗଡ ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର,ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ(ପିଣ୍ଟୁ),ଓ ବରିଷ୍ଠ ବିଜେଡି ନେତା ହୃଶିକେଶ ପାଢ଼ୀ, ହୀନ ବେହେରା,ଉଦୟ ନାଥ ପ୍ରଧାନ, ଦୁର୍ଗା ବିଶୋଇ, ଗୌରହରି ବିଶୋଇ, ଦିଗାମ୍ବର ନାହକ,ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ଚନ୍ଦ୍ର ମହାରଣା, ସବିତାରାଣୀ ଚୌଧୁରୀ,କିରଣ ପଟ୍ଟନାୟକ,ଦିବାକର ପଟ୍ଟନାୟକ,ଜଗନ୍ନାଥ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ।କରୋନା ନିୟମକୁ ପାଳନ କରି ଏହି ରକ୍ତଦାନ ଶିବିର କୁ ଶେରଗଡ ବିଜୁ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ପରିଚାଳନା କରିଥିଲେ।ରକ୍ତ ଅଭାବରୁ କାହାର ଯେପରି ଜୀବନ ନ ଯାଉ ଏହାର ମୁଖ୍ୟ ଲକ୍ଷ୍ୟ।ସମ୍ବାଦ ସଂଗ୍ରହ ସମୟରେ 260 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଏହାକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି।
ରିପୋର୍ଟ : ଅଖିଳ କୁମାର ପଟ୍ଟନାୟକ