Wednesday, November 11, 2026
Home ଆଞ୍ଚଳିକ ଗରିବଙ୍କ ଗୁହାରୀ ଶୁଣିବାକୁ ନାହାନ୍ତି କୌଣସି ରାଜନୈତିକ ଦଳର ନେତା ନିଜ ହକ ପାଇଁ ନିଜେ...

ଗରିବଙ୍କ ଗୁହାରୀ ଶୁଣିବାକୁ ନାହାନ୍ତି କୌଣସି ରାଜନୈତିକ ଦଳର ନେତା ନିଜ ହକ ପାଇଁ ନିଜେ ଲଢେଇ କରିବେ ଝୁପୁଡିବାସି

57

ଜଟଣୀ ,୨୯/୧୦/୨୧(ଜିଲ୍ଲା ଖବର)- ସ୍ଥାନୀୟ ରେଳବାଇ ଅଞ୍ଚଳରେ ବହୁ ଭୂମିହୀନ ଗରିବ ଝୁପୁଡି ବାସୀଙ୍କ ଅବସ୍ଥା ବର୍ତ୍ତମାନ ଶୋଚନୀୟ ହେବାଳୁ ବସିଲାଣି l ଦୀର୍ଘ ୪୦ରୁ ୫୦ ବର୍ଷ ଧରି ଜଟଣୀ ପୌରପରିଷଦ ଅନ୍ତର୍ଗତ ରେଳବାଇ କଲୋନୀ ଅଞ୍ଚଳରେ ୧ ହଜାର ଭୂମିହୀନ ପରିବାର ଝୁପୁଡିଘର କରି ରହି ଆସୁଛନ୍ତି l ବର୍ତ୍ତମାନ ରେଳ ପ୍ରଶାସନ ନିଜର ଉନ୍ନତି ମୂଳକ କାର୍ଯ୍ୟପାଇଁ ଝିପୁଡ଼ି ଉଛେଦ ଜାରିରଖିଛି l ଆଉ କେତକ ଅଳ୍ପ ଝୁପୁଡି ଅଛି ତାହାକୁ ଉଛେଦ ପାଇଁ ରେଳ କତୃପକ୍ଷ ନୋଟିସ ଜାରି କରିଛନ୍ତି l ଏଭଳି ପରିସ୍ଥିତିରେ ସେହି ପରିବାର ଗୁଡିକ ଘର ଭାଙ୍ଗିଯିବାର ଭୟ ନେଇ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି l ଘର ଭାଙ୍ଗିଗଲେ ଯିବେ କୁଆଡେ l ପ୍ରାଇଭେଟ ଘର ହଜାର ହଜାର ଟଙ୍କା ଭଡା ଦେଇ ରହିବାର ସକ୍ଷମ ତାଙ୍କର ନାହିଁ l ଯାହା ରୋଜଗାର କରୁଛନ୍ତି ତାହା ପରିବାର ପୋଷଣରେ କଷ୍ଟକର ହୋଇପଡୁଛି l ବର୍ତ୍ତମାନ ପରିସ୍ଥିତିରେ ଭୂମିହୀନ ଗରିବ ଝୁପୁଡି ବାସୀଙ୍କ ଗୁହାରୀ ଶୁଣିବାକୁ କୌଣସି ନେତା ନାହାନ୍ତି l ପ୍ରତ୍ୟକ ରାଜନୈତିକ ଦଳର ତୁଙ୍ଗ ନେତା ହାତଛଡା ଦେଇଛନ୍ତି l ନିର୍ବାଚନ ସମୟ ଆସିଲେ ମାଳମାଳା ନେତା ଦେଖିବାକୁ ମିଳେ l ନିର୍ବାଚନ ସରିଲାପରେ ତୁମେ କିଏ ନା ମୁଁ କିଏ l ଆଗକୁ ପୌର ନିର୍ବାଚନଥିବାରୁ ବର୍ତ୍ତମାନ ଠାରୁ ପ୍ରତ୍ୟକ ଦଳର ଆଶାଇ କୁଜି ନେତାଙ୍କ ଆଗଭର ଦେଖୁବାକୁ ମିଳିଲାଣି l ଜଟଣୀର ପ୍ରତ୍ୟକ ରାଜନୈତିକ ଦଳର କୁଜି ନେତା ନିଜର ସ୍ୱାର୍ଥ ହାସଲ ପାଇଁ ପ୍ରକୃତ ଗରିବଙ୍କ ସରକାରୀ ସୁବିଧା ଗୁଡିକୁ ନିଜେ ହାତେଇ ନେଇଛନ୍ତି l ଅନେକ କୁଜିନେତା ନିଜର ପିତୃପୁରୁଷ ଅର୍ଜିତ ସମ୍ପତ୍ତିଥାଇ ସରକାରୀ ଜମି ମାଡି ବସି ସେହି ଜାଗାକୁ ଲକ୍ଷ ଲକ୍ଷ ଟଙ୍କାରେ ଜନସାଧାରଣଙ୍କୁ ବିକ୍ରି କରୁଛନ୍ତି l କିନ୍ତୁ ଏହି ଗରିବ ଭୂମିହୀନଙ୍କ ପାଇଁ ମୁଣ୍ଡ ଗୁଞ୍ଜିବା ପାଇଁ ଜମି ଦେବାକୁ ସରକାରଙ୍କ ପାଖରେ ଜାଗା ନାହିଁ l କଥାରେ ଅଛି ତେଲିଆ ମୁଣ୍ଡରେ ତେଲ l ସର୍ବଶେଷରେ ଏହି ଭୂମିହୀନ ପରିବାରଙ୍କ କଷ୍ଟ ସହିନପାରି ସାହାଯ୍ୟର ହାତବଢ଼ାଇଛନ୍ତି ଜଟଣୀର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ସ୍ମୃତି କମିଟି l ଏହି ପରିବାର ଗୁଡିକର ଜରୁରୀ ଥଇଥାନ ନେଇ ସ୍ମୃତି କମିଟି ଗତ ତା -୦୮/୧୦/୨୧-ରିଖ ଦିନ ଜଟଣୀ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ l ଏଥିରେ ପୌରାଧିକାରୀ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ତା ୧୧/୧୦/୨୧-ରିଖ ଦିନ ସ୍ମୃତି କମିଟି ଓ ଝିପୁଡ଼ି ବାସୀଙ୍କ ମଧ୍ୟରୁ ଏକ ପ୍ରତିନିଧି ଦଳକୁ ନେଇ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ସହ ଆଲୋଚନା ପରେ ଯଥା ଶୀଘ୍ର ଭିମିହୀନ ପରିବାରଙ୍କୁ ଥଇଥାନ କରିବା ପାଇଁ ପୌରାଧିକାରଙ୍କୁ ବାଛରା ମୁଣ୍ଡିଆ ଓ ସିଆଇଟି ନିକଟରେ ଥିବା ଖାଲି ଜାଗାରେ ଥଇଥାନ କରିବାପାଇଁ ତହସିଲଦାରଙ୍କ ଯୋଗାଯୋଗ ନେଇ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଧେଶ ଦେଇଥିଲେ l ତହସିଲଦାର ଏହି ଥଇଥାନ ବ୍ୟବସ୍ଥାକୁ ସମ୍ପାଦନ କରିବାପାଇଁ ସ୍ମୃତି କମିଟି ଉପସ୍ଥିତିରେ ଦୁଇ ମାସ ଅବଧିର ସମୟ ଝୁପୁଡି ବାସୀଙ୍କୁ ପ୍ରତିଶୃତି ଦେଇଥିଲେ l ଦେଖିବାକୁ ଗଲେ କିଛି ଜମି ଦଲାଲ ଏବଂ ସ୍ଥାନୀୟ କୁଜିନେତା ମିଶି ବାଛରା ମୁଣ୍ଡିଆର ପାଦଦେଶକୁ ସାମନ୍ତର କରି ପ୍ଲଟିଙ୍ଗ କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ବିଶେଷସୂତ୍ରରୁ ପ୍ରକାଶ l ତେଣୁ ନିଷ୍ପେସିତ ଝୁପୁଡି ବାସି ନିଜେ ନିଜର ହକ ପାଇଁ ପାରୁ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ ବୋଲି ନିଜର ମତବ୍ୟକ୍ତ କରିଛନ୍ତି l ଝୁପୁଡି ବାସି ପଣ କରିଛନ୍ତି ପ୍ରତ୍ୟକ ସୋମବାର ଏକତ୍ରିତ ହୋଇ ତହସିଲ କାର୍ଯ୍ୟାଳୟ ଯାଇ ତହସିଲଦାର ଦେଇଥିବା ପ୍ରତିଶୃତି କେତେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ସମ୍ବଧୀୟ ସୂଚନା ପ୍ରାପ୍ତ କରିବେ l ବୁଦ୍ଧିଜୀବୀଙ୍କ ମତରେ ଜଟଣୀରେ ଚାଲିଛି ଏକ କୁତ୍ସିତ ରାଜନୀତି l ବର୍ତ୍ତମାନ ଜଟଣୀ ବାସି ଏକ ପରୋପକାରୀ ଏବଂ ସମସ୍ତ ଗରିବଙ୍କ ହିତ ପାଇଁ ତୃତୀୟ ସମ୍ମୁଖ୍ୟ ଦଳରୁପେ ଆବିର୍ଭାବର ବିଶ୍ୱାସ ରଖିଛନ୍ତି l
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର