Sunday, November 15, 2026
Home ଆଞ୍ଚଳିକ ରେଳ ଲାଇନ କଡ଼ରେ ଗାଁ ,ସମସ୍ୟା ଘେରରେ ଗ୍ରାମବାସୀ

ରେଳ ଲାଇନ କଡ଼ରେ ଗାଁ ,ସମସ୍ୟା ଘେରରେ ଗ୍ରାମବାସୀ

27

ବିଷମକଟକ,୨୯/୧୦(ଜିଲ୍ଲା ଖବର): ବିଷମକଟକ ବ୍ଲକ ଚାଟିକୋଣା ଗ୍ରାମ ପଂଚାୟତ ର ପ୍ରାୟ ଉଣେଇସି ଟି ଗାଁ ର ଲୋକେ ମୌଳିକ ସୁବିଧାରୁ ବଂଚିତ ହୋଇ ଚାଲିଥିବା ବେଳେ ଅଭିଯୋଗ ଓ ଦରଖାସ୍ତ ଦେଇ ଦେଇ ଶେଷରେ ଗଣମାଧ୍ୟମ ର ସହାରା ନେଇଛନ୍ତି କାଳେ ସମାଧାନ ର ଦିଗ ମିଳିବ
ବୋଲି , ଜୀବନ ଜୀବିକା ପାଇଁ
ବଡ଼ ମଟକବାଡ଼ି , ପେଡ଼ି ପଦର ,ମାର୍ଥା ଗୁଡ଼ି , ଭାଟ ଗୁଡା ଭଳି ପ୍ରାୟ 15 ଟି ଗାଁ ର ଆଦିବାସୀ ଅଧ୍ୟୁଷିତ ଅଂଚଳ
ରାୟଗଡା ଜ଼ୀଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସମ୍ବଲପୁର ରେଳ ଡିଭିଜନ ର ଡିଭିଜନାଲ ରେଲବାଇ ମେନେଜର ଯାଏ ଲିଖିତ ଭାବେ ଗୁହାରି କରିଛନ୍ତିକି ନିଜ ଅଞ୍ଚଳ ଗୁଡିକର
ରେଲରାସ୍ତା ଗାଁ ଗୁଡିକୁ ଲାଗି ରହିଥିବା ଯୋଗୁଁ ଅଧିକାଂଶ ରେ ଜନ ଜୀବନ ପ୍ରଭାବିତ ହେବା ସାଙ୍ଗକୁ ଅନେକ ସମୟରେ ଅନେକ ମୂଲ୍ୟବାନ ଜୀବନ ଯାଉଥିବା ଅଭିଯୋଗ କରିଛନ୍ତି।
ସାଧାରଣତଃ ଅଧିବାସୀ ମାନେ ଗରିବ ଗୁରୁବା ହୋଇଥିବାବେଳେ ସରଳ ଓ ନିରାଡ଼ମ୍ବର ଜୀବନ କାଟୁଛନ୍ତି ,
ସେମାନେ ଗାଁ ରେ ରହୁଥିବାରୁ ଗୃହପାଳିତ ପଶୁ ଗାଈ ଗୋରୁ ପୋଷିଥାନ୍ତି କିନ୍ତୁ ଗାଁ କୁ ଲାଗିଥିବା ରେଳ ଲାଇନ ପାଇଁ
ଗାଈ ଗୋରୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ଗାଁ ରୁ ମେଡିକାଲ ହେଉ କି ସ୍କୁଲ , କଣ୍ଟ୍ରୋଲ ଚାଉଳ ହେଉ କି କିରୋସିନ ସାଧାରଣ ସୁବିଧା ପାଇଁ ପାଖ ମାର୍କେଟ କୁ ଯିବାକୁ ହେଲେ ବିପଦ ସଂକୁଳ ପଥ ପାର ହୋଇ ଯିବାକୁ ପଡେ ଲୋକଙ୍କୁ । ହେଲେ କିଛି ବର୍ଷ ହେବ ପୂର୍ବ ତଟ ରେଳପଥ ରେ ବିଦୂତ ଦ୍ୱାରା ରେଳ ଗୁଡିକର ସମାଗମ ବଢିବା ସାଙ୍ଗକୁ ଆଗ ଭଳି ଆଉ ଟ୍ରେନ ଗୁଡିକର ସାଉଣ୍ଡ କମିଯାଇଛି ତେଣୁ ଟିକିଏ ବେପରୁଆ ହେଲେ ଜୀବନ ଚାଲିଯିବ ଏଥିରେ ସନ୍ଦେହ ନାହିଁ । ଦେଖିବାକୁ ଗଲେ ଗାଁ ଗୁଡିକର
ସାଇଡ ୱାଲ ବି କରାଯାଇନି ଏଣୁ ଛୋଟ ଛୋଟ ପିଲା ଙ୍କ ପାଇଁ ବେସି ବିପଦ ସଂକୁଳ ଏଇ ରେଳ ପଥ । ତେବେ କେବେ ପ୍ରଶାସନ ଏଇ ନିରୀହ ଗରିବ ଆଧିବାସୀ ଙ୍କ ପାଇଁ ସହାୟତା ର ହାତ ବଢ଼େଇ ଗୋଟେ ଅଣ୍ଡର ଗ୍ରାଉଣ୍ଡ ରୋଡ଼ କି ଓଭର ବ୍ରିଜ କରି ,ସାଧାରଣ ଜୀବନ ଜାପନରେ ସୁବିଧା ଯୋଗାଇଦେବେ ସମୟ କୁ ଜଣା । ସବୁ ଚେଷ୍ଟା କରି ବିଫଳ ହେବା ପରେ ଏଇ ଅଞ୍ଚଳ ର ଲୋକେ ନେହୁରା ହୋଇଛନ୍ତି ଗଣ ମାଧ୍ୟମ ଆଗରେ । ସତରେ କଣ ନିଉଜ ଦେଖି ଜାଗିଉଠିବ ପ୍ରଶାସନ ???
ନା କୁମ୍ଭକର୍ଣ ନିଦ୍ରା ଭାଙ୍ଗିବାପାଇଁ
ପୁଣିଥରେ ରେଳ ରୋକ କରି ସମାଧାନ ର ଦିଗ ଆସିବ ତା ବି
ସମୟ କୁ ଜଣା ???
ରିପୋର୍ଟ – ପ୍ରସନ କୁମାର ପଣ୍ଡା