
ନୂଆଦିଲ୍ଲୀ, ୨୮/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅପକମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଆସନ୍ତା ୫ ନଭେମ୍ବରରେ ଦିପାବଳୀ ଅବସରରେ ରିଲିଜ୍ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ୍ ଶେଟ୍ଟୀ । ଏବଂ ଏଥିରେ ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ମୁଖ୍ୟ ଭୂମକାରେ ନଜର ଆସିବେ । ଏବେ ଜୋରସୋରରେ ଚାଲିଛି ଫିଲ୍ମର ପ୍ରମୋସନ୍ । ଆଉ ଏହାରି ମଧ୍ୟରେ ଫିଲ୍ମର ରୋମାଣ୍ଟିକ୍ ଟ୍ରାକ୍ ରିଲିଜ୍ ହୋଇ ଯାଇଛି । ଏହି ଗୀତର ନାଁ ରହିଛି ‘ମେରେ ୟାରା’ । ଏଥିରେ ଦୁହିଁଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ତେବେ ଗୀତଟି ରିଲିଜ୍ ହେବା ସଙ୍ଗେ ସଙ୍ଗେ, ଏହାକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ଏବଂ ଗୀତଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି ।


