ମମିତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିବାଦ

2

ନୂଆପଡା, ୨୮/୧୦/୨୧ (ଜିଲ୍ଲା ଖବର) :  ମମିତା ମେହେର ହତ୍ୟା ଘଟଣାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଆଜି ବିଜେପି ପକ୍ଷରୁ 12 ଘଣ୍ଟିଆ ନୂଆପଡ଼ା ବନ୍ଦ ପାଳନ କରାଯାଉଛି । ଜିଲ୍ଲାବ୍ୟାପୀ ବନ୍ଦ ପାଳନ କରାଯାଉଛି ।  ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଜାତୀୟ ରାଜପଥର ୫ଟି ସ୍ଥାନରେ ରାସ୍ତା ଅବରୋଧ ହୋଇଛି ।

ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ଅନୁଷ୍ଠାନ,  ଶିକ୍ଷା ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଉପଯୁକ୍ତ ତଦନ୍ତ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ଦଳ ।