Thursday, November 12, 2026
Home ଆଞ୍ଚଳିକ ଫିଲ୍ମ’ସତ୍ୟମେବ ଜୟତେ ୨’ର ପ୍ରଥମ ଗୀତ ରିଲିଜ୍

ଫିଲ୍ମ’ସତ୍ୟମେବ ଜୟତେ ୨’ର ପ୍ରଥମ ଗୀତ ରିଲିଜ୍

19

ନୂଆଦିଲ୍ଲୀ, ୨୮/୧୦/୨୧ (ଜିଲ୍ଲା ଖବର) : ବହୁ ପ୍ରତିକ୍ଷୀତ ଫିଲ୍ମ’ସତ୍ୟମେବ ଜୟତେ ୨’ର ଦମଦାର ଟ୍ରେଲର ରିଲିଜ୍ ହେବା ପରେ, ନିର୍ମାତା ,ଆଜି ଏହାର ପ୍ରଥମ ଗୀତ’ମେରି ଜିନ୍ଦେଗୀ ହେ ତୁ’ ରିଲିଜ୍ କରିଛନ୍ତି । ଜନ୍ ଆବ୍ରାହମ୍ ଏବଂ ଦିବ୍ୟା ଖୋସଲା କୁମାର ଏହି ରୋମାଣ୍ଟିକ୍ ଗୀତକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ ।

ତେବେ ଖାସକରି ସବୁ ଗୀତ ମଧ୍ୟରୁ ଏହି ଗୀତଟି ଅଭିନେତା ଜନ ଆବ୍ରାହମଙ୍କର ବହୁତ୍ ପସନ୍ଦ । ଏବଂ ସମସ୍ତଙ୍କ ହୃଦୟକୁ ଛଇଁବ ବୋଲି ତାଙ୍କର ଆଶା ଓ ବିଶ୍ବାସ । ସେ କହିଛନ୍ତି ଯେ, ଏହି ଗୀତଟିକୁ ଯେତେବେଳେ ସେ ପ୍ରଥମ ଥର ଶୁଣିଥିଲେ, ସେଥିପ୍ରତି ତାଙ୍କର ଭଲପାଇବା ଆସି ଯାଇଥିଲା ।

ଠିକ୍ ସେମିତି ଦିବ୍ୟା କହିଛନ୍ତି ଯେ, ‘ମେରି ଜିନ୍ଦେଗି ହେ ତୁ’ ଗୀତଟି ଏକ ଏମିତି ଗୀତ, ଯାହାକି ଖୁବ୍ ସୁନ୍ଦର ହୋଇଛି । ଏହା ତାଙ୍କ ଦ୍ବାରା, ସୁଟ୍ ହୋଇଥିବା ସବୁଠାରୁ ଭାବୁକ ଏବଂ ରୋମାଣ୍ଟିକ୍ ନମ୍ବରରୁ ଗୋଟେ । ଆଉ ଏହା ନିଶ୍ଚିନ୍ତ ରୂପେ ସମସ୍ତଙ୍କ ହୃଦୟକୁ ଛଇଁବ ।