
ନୂଆଦିଲ୍ଲୀ, ୨୮/୧୦/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବଲିଉଡର ସୁପରଷ୍ଟାର ଅମିତାଭ୍ ବଚ୍ଚନ । ସବୁବେଳେ ସେ ଫଟୋ ,ଭିଡିଓ, ବ୍ଲଗ୍ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ନିକଟରେ ବିଗ୍ ବି ଏକ ବ୍ଲଗରେ ତାଙ୍କ ଘରେ ବାଦୁଡିମାନେ ହଇରାଣ କରୁଥିବା ବିଷୟରେ କହିଥିଲେ । ଯେଉଁଥିପାଇଁ ତାଙ୍କ ଘର ଲୋକ ଡରୁଥିବା କଥା ମଧ୍ୟ ସେ କହିଛନ୍ତି । ଏହା ସହିତ କେମିତି ତାଙ୍କ ଘରୁ ବାଦୁଡିମାନଙ୍କୁ ଦୂରେଇ ରଖା ଯାଇ ପାରିବ ,ସେ ନେଇ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।
ସେ ଲେଖିଛନ୍ତି ଯେ, ବାଦୁଡି ମାନଙ୍କୁ ଘରୁ ଘଉଡାଇବା ପାଇଁ, ଧୁଆଁ ଦିଆ ଯାଇଛି, ସାନିଟାଇଜ୍ ଲିକ୍ବିଡ୍ ଦିଆ ଯାଇଛି ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ମଧ୍ୟ ବ୍ୟବହାର କରାଯାଇଛି, କିନ୍ତୁ ଏସବୁ କିଛି କାମ ଦେଉ ନାହିଁ । କିଛି ସମୟ ପାଇଁ ସେମାନେ ପଳାଇ ଯାଉଛନ୍ତି ପୁଣି ଫେରି ଆସୁଛନ୍ତି । ତେଣୁ ଏଥିପାଇଁ କୌଣସି ପରାମର୍ଶ ଦେବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ବିଗ୍ ବି ।


