ଓଭର୍‌ଲୋଡିଂ ଯାଞ୍ଚ ବେଳେ ଧରାପଡିଲା ହାଇୱା, ଗଣିଲା ୨୦ ହଜାର ଟଙ୍କାର ଜରିମାନା

14

ତିହିଡ଼ି, ୨୮/୧୦/୨୧ (ଜିଲ୍ଲା ଖବର) : ଭଦ୍ରକ ଚାନ୍ଦବାଲି ରାସ୍ତାରେ ପ୍ରତିଦିନ ଶହ ଶହ ଓଭରେଲାଡିଂ ହାଇୱା ଟ୍ରକ୍‌ ଯାତାୟତ କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇ ଆସୁଥିଲା । ମଙ୍ଗଳବାର ତିହିଡ଼ି ତହସିଲଦାର ପ୍ରତୀକ କୁମାର ସାହୁ ବିଭିନ୍ନ ସ୍ଥାନରେ ଗାଡ଼ି ଗୁଡ଼ିକ ଯାଞ୍ଚ୍‌ କରୁଥିବା ବେଳେ ଦୋଳସାହି ନିକଟରେ ଏକ ହାଇୱା ଟ୍ରକ (ନଂ ଓ ଡି -୦ ୪ ଡି- ୦୫୯୭) କୁ ଅଟକାଇ ଥିଲେ । ତେବେ ହାଇୱାଟି ନିର୍ଦ୍ଧାରିତ କ୍ଷମତା ଠାରୁ ଅଧିକ ବାଲି ବୋଝେଇ କରି ନେଉଥିବା ଯାଞ୍ଚ୍‌ ବେଳେ ଜଣା ପଡ଼ିଥିଲେ । ତେଣୁ ଏହି ଗାଡ଼ିର ମାଲିକ ଭଣ୍ଡାରି ପୋଖରୀ ଅଞ୍ଚଳର ଜୁଆପଲକ କୁମାର ମହାନ୍ତିଙ୍କ ନାମରେ ତହସିଲଦାର ଶ୍ରୀ ସାହୁ ୨୦ହଜାର ଟଙ୍କା ଜରିମାନା ରସିଦ କାଟିଥିବା ଜଣାଯାଇଛି ।