Wednesday, November 11, 2026
Home ଆଞ୍ଚଳିକ ଏବେ ଅନଲାଇନ୍ ବି ବ୍ୟବହାର କରିପାରିବେ Adobe Photoshop, ଇନଷ୍ଟଲ୍ କରିବାକୁ ପଡ଼ିବ ନାହିଁ ସଫ୍ଟୱେୟାର୍

ଏବେ ଅନଲାଇନ୍ ବି ବ୍ୟବହାର କରିପାରିବେ Adobe Photoshop, ଇନଷ୍ଟଲ୍ କରିବାକୁ ପଡ଼ିବ ନାହିଁ ସଫ୍ଟୱେୟାର୍

12

ନୂଆଦିଲ୍ଲୀ,୨୮/୧୦/୨୧ (ଜିଲ୍ଲା ଖବର) : ଏବେ ଆପଣ ଅନଲାଇନ୍ ମଧ୍ୟ ବ୍ୟବହାର କରିପାରିବେ ଆଡୋବ୍ ଫଟୋସପ୍ (Adobe Photoshop) । ତେଣୁ ଯଦି ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋରେଜ୍ ଓ କଂଫିଗ୍ରେସନ୍ ନାହିଁ ତେବେ ଆଡୋବ୍ ଫଟୋସପ୍ ଚଳାଇବାରେ କୌଣସି ଅସୁବିଧା ହେବ ନାହିଁ । ଆଡୋବ୍ ଫଟୋସପ୍ କୁ ଆପଣ ଏବେ ୱେବ୍ ରେ ମଧ୍ୟ ଆକ୍ସେସ୍ କରିପାରିବେ । ଆଡୋବ୍ ଫଟୋସପ୍ କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ସଫ୍ଟୱେର୍ ଇନଷ୍ଟଲ୍ କରିବାକୁ ପଡ଼ିବ ନାହିଁ ।

ଦ ଭର୍ଜ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆଡୋବ୍ ଫଟୋସପ୍ ର ୱେବ୍ ଭର୍ସନ କ୍ଲାଉଡ୍ ଉପରେ ଆଧାରିତ ହେବ ଓ ଏଥିରେ ୟୁଜର୍ସଙ୍କୁ ଫଟୋସପ୍ ର କିଛି ବେସିକ୍ ଫିଚର୍ସ ମିଳିବ । କ୍ଲାଉଡ୍ ଉପରେ ଆଧାରିତ ହେବା କାରଣରୁ ଆଡୋବ୍ ଫଟୋସପ୍ ସାଇଟ୍ ରେ ଆକାଉଣ୍ଟ୍ ଖୋଲିବାକୁ ହେବ ଓ ସେଥିରେ ହିଁ ଏଡିଟ୍ କରାଯାଇଥିବା ଫଟୋ ସେଭ୍ ରହିବ । ଫଟୋସପ୍ ବ୍ୟତୀତ ଇଲୁଷ୍ଟ୍ରେଟର୍ ର ବି ୱେବ ଭର୍ସନ ମଧ୍ୟ ଖୁବ୍ ଶୀଘ୍ର ଆସିବ ।

ଆଡୋବ୍ ଫଟୋସପ୍ ର ୱେବ ଭର୍ସନ୍ ରେ ଲେୟର୍, ବ୍ରସ୍, ଲାସୋ ଟୁଲ୍, ଇରେଜର୍ ଭଳି ବେସିକ୍ ଟୁଲ୍ ମିଳିବ । ଏହା ବ୍ୟତୀତ ଆପଣ ଫଟୋରେ ଟେକ୍ସଟ୍ ମଧ୍ୟ ଏଡିଟ୍ କରିପାରିବେ । ତେବେ ଆଡୋବ୍ ଫଟୋସପ୍ ଓ ଇଲୁଷ୍ଟ୍ରେଟର୍ ର ୱେବ ଭର୍ସନ୍ ଆସନ୍ତା ସପ୍ତାହ ହେବାକୁ ଥିବା ମ୍ୟାକ୍ସ ୨୦୨୧ର ଭର୍ଚୁଆଲ୍ ଇଭେଣ୍ଟ୍ ରେ ଲଞ୍ଚ ହୋଇପାରେ । ତେବେ ଆଡୋବ୍ ଫଟୋସପ୍ ର ୱେବ୍ ଭର୍ସନ୍ ର ମୁକାବିଲା ବର୍ତ୍ତମାନର Canva, BeFunky, Pixlr, Fotor, Picsart ଏବଂ PhotoScape ସହିତ ହେବାକୁ ଯାଉଛି ।