
ଭୁବନେଶ୍ବର,୨୮/୧୦/୨୧ (ଜିଲ୍ଲା ଖବର) : ଭୁବନେଶ୍ବରରେ ପହଞ୍ଚିଲେ ଜାତୀୟ କଂଗ୍ରେସ ଦଳର ସମ୍ପାଦକ ରଣଦୀପ ସୁର୍ଯେୱାଲାଙ୍କ ସହ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ଝରଣି ଗାଁ ଗସ୍ତ କରି ମମିତାଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ମମିତା ହତ୍ୟା ମାମଲାକୁ ନେଇ ବେଫିକର ରାଜ୍ୟ ସରକାରଙ୍କ ବିରୋଧରେ ନାରା ଜୋରଦାର କରିବ କଂଗ୍ରେସ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ଚେଲ୍ଲା କୁମାର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ମିଶି ଏମାନେ ବଲାଙ୍ଗିର କଣ୍ଟାବାଞ୍ଜିର ଝରଣୀ ଗାଁକୁ ଯାଇ ମୃତା ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିବେ ।
ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସରକାରୀ ବୈଠକରେ ଯୋଗ ଦେଉଥିବାବେଳେ ନିଜ ବିରୋଧରେ ଆସୁଥିବା ଅଭିଯୋଗକୁ ନେଇ କିନ୍ତୁ ମୁଁହ ଖୋଲୁନାହାଁନ୍ତି, ଯାହାକି ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଦଳ କହିଛି ।


