
ନୂଆଦିଲ୍ଲୀ, ୨୮/୧୦/୨୧ (ଜିଲ୍ଲା ଖବର) : ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ନକମୁଣୁ ,ପୁଣି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଯୋର ଧରିଛି । ଦୁହେଁ ଏହି ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବା ବୋଲି ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ, ଏହା ସହିତ ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ, ରଣବୀର-ଆଲିଆଙ୍କ ବିବାହ ଉତ୍ସବରେ ଖୁବ କମ ଲୋକ ସାମିଲ ହେବେ। ଏଥିରେ ଉଭୟ ପରିବାରର କିଛି ଲୋକଙ୍କ ସହିତ, ସେମାନଙ୍କ କିଛି ଭଲ ବନ୍ଧୁମାନେ ଯୋଗ ଦେବେ ।
ଆଉ ନିଜ ବିବାହ ପାଇଁ ଦୁହେଁ ଜଲଦୀ ଜଲଦୀ ନିଜର ସମସ୍ତ କାମ ସାରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଖବର ଶୁଣିବା ପରେ, ଫ୍ୟାନ୍ସମାନେ ବେଶ ଉସ୍ବାହିତ ଅଛନ୍ତି ।


