Home ଆଞ୍ଚଳିକ ଘୋଷଣା ହୋଇଛି ICC ଟି-୨୦ ରାଙ୍କିଂ , ତଳକୁ ଖସିଲେ କୋହଲି

ଘୋଷଣା ହୋଇଛି ICC ଟି-୨୦ ରାଙ୍କିଂ , ତଳକୁ ଖସିଲେ କୋହଲି

12

ବ୍ରହ୍ମପୁର,୨୮/୧୦/୨୧ (ଜିଲ୍ଲା ଖବର) : ଘୋଷଣା ହୋଇଛି ICC ଟି-୨୦ ରାଙ୍କିଂ । ୪ର୍ଥ ସ୍ଥାନକୁ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜଓ୍ୱାନ ଉଠିଥିବା ବେଳେ କୋହଲି ଏବଂ ରାହୁଲ ତଳକୁ ଖସିଛନ୍ତି । ବୁଧବାର ଜାରି କରାଯାଇଥିବା ଇଣ୍ଟରନେସନାଲ କ୍ରିକେଟ କାଉନସିଲ ବ୍ୟାଟ୍ସମ୍ୟାନ୍ ରାଙ୍କିଂ ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି ପାକିସ୍ତାନ ଓପନର ମହମ୍ମଦ ରିଜଓ୍ବାନ ।

ସେପଟେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ରାଙ୍କ ଖସିଛି । ଚତୁର୍ଥ ସ୍ଥାନରୁ ୫ମ ସ୍ଥାନକୁ ଖସିଛନ୍ତି ବିରାଟ କୋହଲି । ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ଆଇସିସି ଡି-୨୦ ରାଙ୍କିଂରେ ତଳକୁ ଖସିଛନ୍ତି କୋହଲି ।

ସେହିଭଳି ଭାରତର ଓପନିଂ ବ୍ୟାଟ୍ସମ୍ୟାନ ଲୋକେସ ରାହୁଲଙ୍କ ସ୍ଥାନ ମଧ୍ୟ ଖସିଛି । ସେ ୨ଟି ରାଙ୍କ ତଳକୁ ଖସି ୮ମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଆଇସିସି ଦ୍ୱାରା ଜାରି କରାଯାଇଥିବା ଟି-୨୦ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ସ୍ଥାନରେ  ଇଂଲଣ୍ଡର ଡେଭିଡ୍ ମଲାନ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ପାକିସ୍ତାନର ବାବର ଆଜମ ରହିଛନ୍ତି ।