
ମୁମ୍ବାଇ,୨୮/୧୦/୨୧ (ଜିଲ୍ଲା ଖବର) : କମିବାର ନାଁ ଧରୁନି ଅଭିନେତା ଆର୍ଯ୍ୟନ ଖାନଙ୍କ ଅଡୁଆ । ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟିରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ଜାମିନ୍ ଏବେ ଯାଏ ହୋଇ ପାରି ନାହିଁ । ବାରମ୍ବାର ତାଙ୍କ ଜାମିନ୍ ଆବେଦନ ଖାରଜ ହେଉଛି । ତେବେ ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ ।
ଆର୍ଯ୍ୟନଙ୍କ ପକ୍ଷ ରଖୁଛନ୍ତି ବରିଷ୍ଠ ଆଇନଜୀବି ମୁକୁଲ ରହତୋଗୀ । ଆର୍ଯ୍ୟନଙ୍କ ଗିରଫଦାରୀକୁ ବେଆଇନ୍ ଦର୍ଶାଇବା ସହ ତାଙ୍କୁ ଜାମିନ୍ ଦେବାକୁ ଗତକାଲି କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ ରହତୋଗୀ । ପୂର୍ବରୁ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅକ୍ଟୋବର ୨୦ ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ଏହା ପରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହାଇକୋର୍ଟରେ ପହଞ୍ଚିଥିଲେ। କୋର୍ଟ ଅକ୍ଟୋବର ୨୬କୁ ଶୁଣାଣି ତାରିଖ ଦେଇଥିଲେ। ହେଲେ ତାହାକୁ ସ୍ଥଗିତ ରଖା ଯାଇଥିଲା । ଗତକାଲି ଶୁଣାଣି ପୁଣି ଥରେ ସ୍ଥଗିତ ରହିଥିଲା ।



