
ନୂଆଦିଲ୍ଲୀ, ୨୮/୧୦/୨୧ (ଜିଲ୍ଲା ଖବର) : ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଅଭିନେତା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ’ ସର୍ଦ୍ଦାର ଉଦ୍ଧମ’ । ଫିଲ୍ମରେ ବ୍ରିଟିଶଙ୍କ ପ୍ରତି ଭାରତୀୟଙ୍କ ହିଂସା ଓ ଘୃଣା ମନୋଭାବ ଦର୍ଶାଯାଇଥିବାରୁ,ଏହାକୁ ବାଦ୍ ଦିଆଯାଇଥିବା କହିଛନ୍ତି ଜୁରି । କିନ୍ତୁ ଫିଲ୍ମର ବହୁ ଅଂଶରେ ବ୍ରିଟିଶଙ୍କ ପ୍ରତି ହିଂସାକୁ ଚିତ୍ରଣ କରାଯାଇଥିବାରୁ ଏହାକୁ ଚୟନ କମିଟି ଖାରଜ କରିଥିବାର ସୂଚନା ମିଳିଛି । କିନ୍ତୁ ଫିଲ୍ମ ନିର୍ମାଣକାରୀଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛି ।
ଫିଲ୍ମ’ସର୍ଦ୍ଦାର ଉଦ୍ଧମ’ ଆମାଜନ୍ ପ୍ରାଇମ୍ରେ ରିଲିଜ୍ ହେବା ପରେ, ବେଶ ଭଲପାଇବା ଏବଂ ପ୍ରଶଂସା ସାଉଁଟିଛି । କିନ୍ତୁ ଓସ୍କାରରୁ ବାଦ ପଡିବା ପରେ, ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଅଭିନୀତ ଫିଲ୍ମ ‘ଶେରନୀ’ ଏବଂ ଭିକ୍କି କୌଶଲ ଅଭିନୀତ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ୍ ’ ଓସ୍କାର ପାଇଁ ଏବର୍ଷ ମନୋନୀତ ହୋଇଥିଲେ।


