Thursday, November 12, 2026
Home ଆଞ୍ଚଳିକ କଂଗ୍ରେସରେ ଯୋଗ ଦେଲେ, ଅଭିନେତ୍ରୀ କାମ୍ୟା ପଞ୍ଜାବୀ

କଂଗ୍ରେସରେ ଯୋଗ ଦେଲେ, ଅଭିନେତ୍ରୀ କାମ୍ୟା ପଞ୍ଜାବୀ

4

ମୁମ୍ବାଇ,୨୮/୧୦/୨୧ (ଜିଲ୍ଲା ଖବର) : କଂଗ୍ରେସରେ ଯୋଗ ଦେଲେ ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ।  ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ସୂଚନା ଅନୁଯାୟୀ, ଟେଲି ଦୁନିଆର ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ କାମ୍ୟା ପଞ୍ଜାବୀ, ବିଗବସରେ ମଧ୍ୟ ଭାଗ ନେଇ ସାରିଛନ୍ତି । ନିକଟରେ ତାଙ୍କ ଟିଭି ଶୋ’ ‘ଶକ୍ତି ଅସ୍ତିତ୍ୱ ଏକ ଏହସାସ’ ୱାଇଣ୍ଡ ଅପ୍‌ ହେଇଛି ।

ଅନ୍ୟପଟେ ରାଜନୀତିରେ ଯୋଗ ଦେଇଥିଲେ ମଧ୍ୟ, ସେ ଅଭିନୟ ଛାଡିବେ ନାହିଁ କହିଛନ୍ତି । କାହିଁକି ନା, ଅଭିନୟ ହେଉଛି ତାଙ୍କର ପ୍ରଥମ ପସନ୍ଦ ଓ ପ୍ରଥମ ପ୍ରେମ । ତେଣୁ ସେ ଏହାକୁ କେବେ ଛାଡିବେ ନାହିଁ । ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ଏ ଦୁଇଟି କ୍ଷେତ୍ର ପାଇଁ ମୁଁ ସମୟ ଦେବି ।  ପାୱାର କିମ୍ବା ଫେମ୍‌ ପାଇଁ ମୁଁ ରାଜନୀତିକୁ ଆସି ନାହିଁ ।