
ବ୍ରହ୍ମପୁର,୨୮/୧୦/୨୧ (ଜିଲ୍ଲା ଖବର) : ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ବିଜୟ ହାସଲ କରିଛି । ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-୧ରେ ସ୍ଥାନ ପାଇଥିବା ଏହି ଦଳ ନିଜର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ଏହାପରେ ବୁଧବାର ଦ୍ୱିତୀୟ ମ୍ୟାଚ୍ରେ ଉଭୟ ବ୍ୟାଟ୍ ଓ ବଲ୍ରେ ଚମତ୍କାର ପ୍ରଦର୍ଶନ କରି ୮ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଦେଇଛି।
ଲଗାତାର ଦୁଇଟି ବିଜୟ ସହ ଇଂଲଣ୍ଡ ମଧ୍ୟ ସେମିଫାଇନାଲ୍ ନିକଟତର ହୋଇଛି। ଗ୍ରୁପ୍ରେ ୫ ମ୍ୟାଚ୍ ଖେଳିବାକୁ ଥିଲା ବେଳେ ଆଉ ଗୋଟିଏ ମ୍ୟାଚ୍ ଜିତିନେଲେ ଇଂଲଣ୍ଡର ସେମିଫାଇନାଲ୍ ସ୍ଥାନ ପକ୍କା ହୋଇଯିବ। ବୁଧବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ବାଂଲାଦେଶ ୧୨୪/୯ କରିଥିଲା। ଜବାବରେ ଇଂଲଣ୍ଡ ୧୪.୧ ଓଭରରେ ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।



