Tuesday, November 17, 2026
Home ଆଞ୍ଚଳିକ ଗୋଦାମରୁ ଉଠୁନି ଚାଉଳ, ୧୫ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଯୋଗାଣ ନିଗମର ଚିଠି

ଗୋଦାମରୁ ଉଠୁନି ଚାଉଳ, ୧୫ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଯୋଗାଣ ନିଗମର ଚିଠି

17

ବ୍ରହ୍ମପୁର,୨୮/୧୦/୨୧ (ଜିଲ୍ଲା ଖବର) : ଗରିବଙ୍କୁ ମିଳବ ତ ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ଓ ଗହମ ? ବାବୁଙ୍କ ମନମାନି ଯୋଗୁଁ ଗୋଦାମରୁ ଉଠୁନି ଚାଉଳ। ୧୫ ଟି ଜିଲ୍ଲାର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଲା ଯୋଗାଣ ନିଗମ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ପାଖରେ କିପରି ଚାଉଳ ଓ ଗହମ ପହଁଞ୍ଚିବ ସେ ନେଇ ପଦକ୍ଷେପ ନେବାକୁ ନିଗମ ଚିଠି ଲେଖିଛି।  କେତେକ ଜିଲ୍ଲାରେ ଚାଉଳ ୧୦ ପ୍ରତିଶତରୁ କମ ଉଠାଯାଇଛି। ଗଜପତି ଓ ରାୟଗଡାରେ ଜମା ଚାଉଳ ଉଠିନି। ମୟୁରଭଞ୍ଜ. ଜଗତସିଂହପୁର, ପୁରୀ ଜିଲ୍ଲାରେ ମାତ୍ର ୨ ପ୍ରତିଶତ ଚାଉଳ ଉଠିଛି।

କୋଭିଡ୍ ମହାମାରୀ ସମୟରେ ଯେପରି କେହି ଖାଦ୍ୟରୁ ବଞ୍ଚିତ ନ ହେବେ ତା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଥିବା କହୁ ଥିବା ବେଳେ ଏହାର ସଠିକ ପରିଚାଳନା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ସରକାରଙ୍କ ଚିଠି ହିଁ ବ୍ୟବସ୍ଥାର ଅସଲ ଚିତ୍ରକୁ ସାମନାକୁ ଆଣିବା ପରେ ବିରୋଧୀ ଘେରିଛନ୍ତି।

ରାଜ୍ୟରେ ୧୩,୭୦୯ ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏହି ଦୋକାନ ମଧ୍ୟରୁ ୬୪୮୦ଟି ଆନୁଷ୍ଠାନିକ ଡିଲର୍‌ ଓ ଅବଶିଷ୍ଟ ୭,୨୨୯ ଜଣ ଘରୋଇ ଡିଲର୍‌ ରହିଛନ୍ତି। ତେବେ ଗୋଦାମରୁ ଠିକ ସମୟରେ ଚାଉଳ ଓ ଗହମ ନ ଉଠିବାରୁ ଏହା ଅନେକ ସମୟରେ ହିତାଧିକାରୀଙ୍କ ପାଖରେ ପହଁଞ୍ଚିପାରୁନି।