
୨୮/୧୦/୨୧ (ଜିଲ୍ଲା ଖବର) : ଅଗ୍ନି-୫ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ ସଫଳ । ଅବଦୁଲ କଲାମ ଦୀପରୁ ରାତି ୮ଟାରେ ସଫଳ ବ୍ୟବହାରୀକ ପରୀକ୍ଷଣ। ଉଭୟ ଅଣୁ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି ଅଗ୍ନି-୫ରେ। ଏହାର ଲକ୍ଷଭେଦ କ୍ଷମତା ୫ହଜାର କିଲୋମିଟର। ଏହା ଭାରତର ସବୁଠୁ ଦୂରଗାମୀ କ୍ଷେପଣାସ୍ତ୍ର।
ଭାରତ ଆଣିବିକ ଶକ୍ତି ସମ୍ପନ୍ନ ଅନ୍ତର୍ମହାଦେଶୀୟ ବାଲିଷ୍ଚିକ୍ ମିସାଇଲ ଅଗ୍ନି-୫ର ପ୍ରଥମ ବ୍ୟାବହାରିକ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ରେଞ୍ଜ ଭିତରେ ଆସୁଛି ପୁରା ଚୀନ । ଚୀନର ଏପରି କୌଣସି ସହର କିମ୍ବା ଅଞ୍ଚଳ ନାହିଁ ଯାହା ଏହି ମିସାଇଲର ଆକ୍ରମଣରୁ ବର୍ତ୍ତିପାରିବ । ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ DRDO ଏବଂ ଭାରତ ଡାୟନେମିକ୍ସ ଲିମିଟେଡ୍ BDL ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।
ଅଗ୍ନି-୫ର ମାରକ କ୍ଷମତା ୫୦୦୦ ରୁ ୮୦୦୦ କିଲୋମିଟର ପର୍ଯ୍ୟନ୍ତ । ଏହି କ୍ଷେପଣାସ୍ତ୍ରର ଓଜନ ୫୦ ହଜାର କିଲୋଗ୍ରାମ୍ , ଲମ୍ବ ୧୭.୫ ମିଟର ଓ ବ୍ୟାସ ୨ ମିଟର । ଏହା ୧୫୦୦ କିଲୋଗ୍ରାମ ଓଜନର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ ।
ଏହାର ବେଗ ଶବ୍ଦର ବେଗଠାରୁ ୨୪ ଗୁଣ ଅଧିକ ଅର୍ଥାତ ଅଗ୍ନି-୫ ଏକ ସେକେଣ୍ଡରେ ୮.୧୬ କିଲୋମିଟର ଦୂରତା ଅତିକ୍ରମ କରିପାରିବ । ଘଣ୍ଟାପ୍ରତି ୨୯,୪୦୧ କିଲୋମିଟର ବେଗରେ ଏହି ମିସାଇଲ ଶତ୍ରୁପକ୍ଷ ଉପରେ ଆକ୍ରମଣ କରିପାରିବ ।



