Home ଅପରାଧ ଭାରତ-ପାକିସ୍ତାନ ମ୍ୟାଚ ପରେ ଦେଇଥିଲେ ଦେଶ ବିରୋଧୀ ମନ୍ତବ୍ୟ, ଗିରଫ କଲା କଟକ ପୋଲିସ

ଭାରତ-ପାକିସ୍ତାନ ମ୍ୟାଚ ପରେ ଦେଇଥିଲେ ଦେଶ ବିରୋଧୀ ମନ୍ତବ୍ୟ, ଗିରଫ କଲା କଟକ ପୋଲିସ

9

କଟକ, ୨୮/୧୦/୨୧ (ଜିଲ୍ଲା ଖବର) : ଦେଶ ବିରୋଧୀ ମନ୍ତବ୍ୟ ଦେଇ ଗିରଫ ହେଲେ ଯୁବକ। କଟକ ଜଗତପୁର ଅଞ୍ଚଳର ପଶ୍ଚିମକଛର ଶେଖ ଅରମାନ ଖାନକୁ ଗିରଫ କଲା ଜଗତପୁର ପୋଲିସ।

ଭାରତ-ପାକିସ୍ତାନ ମ୍ୟାଚ ପରେ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲା ଅରମାନ।  ପାକିସ୍ତାନ ଜିତିବା  ଖୁସି ମନେଇ ଭାରତ ବିରୋଧରେ ମନ୍ତବ୍ୟ ଦେଇଥିଲା। ଯାହାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

 ଏହି ଘଟଣା ସାମନାକୁ ଆସିବା ପରେ ଦେବସେନା ପକ୍ଷରୁ ଜଗତପୁର ଥାନାରେ ଏତଲା ଦିଆଯାଇଥିଲା। ଘଟଣାର ତଦନ୍ତ କରି ପୋଲିସ ଅରମାନକୁ ଗିରଫ କରି କୋର୍ଟ ଚାଲାଣ କରିଛି।