
ବାଲେଶ୍ଵର, ୨୮/୧୦/୨୧ (ଜିଲ୍ଲା ଖବର) : ଦେଶୀ ମଦ ମାଫିଆଙ୍କ ହବ ସେଣ୍ଟର ପାଲଟିଛି ନୀଳଗିରି ସିଆଡିମାଳ ଅଞ୍ଚଳ। ନୀଳଗିରି ଅବକାରୀ ବିଭାଗ ପକ୍ଷରୁ କୁଳଡିହା ଅଭୟାରଣ୍ୟ ଅଧିନ ସିଆଡିମାଳର ସିନ୍ଦୁରିଆ ଗ୍ରାମରୁ ଚଢ଼ାଉ କରି ଦୁଇ ହାଜର ଲିଟର ପୋଚ ଓ ୧୨୫ ଲିଟର ଦେଶୀ ମଦ ଜବତ କରାଯାଇଛି।
ଚଢ଼ାଉରେ ବାଲେଶ୍ଵର, ନୀଳଗିରି ଓ ସୋର ଅବକାରୀ ବିଭାଗ ଓ ନୀଳଗିରି ପୋଲିସ ସାମିଲ ଥିଲେ। ଚଢ଼ାଉ ବେଳେ ମଦ ବେପାରୀ ମାନେ ଛତ୍ର ଭଙ୍ଗ ଦେଇଛନ୍ତି।



