
ଭୁବନେଶ୍ୱର,୨୮/୧୦/୨୧ (ଜିଲ୍ଲା ଖବର) : କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ । ସତ୍ୟନାରାୟଣ ବେବରତା ନାମକ ଜଣେ ବ୍ୟକ୍ତିଙ୍କ ଗୋଡରେ ଆଘାତ ଲାଗିଥିଲା । ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଗୋଡ଼ର ଡ୍ରେସିଂ ଠିକ ଭାବରେ କରାଯାଇ ନଥିବାରୁ ତାଙ୍କ ଗୋଡ଼ର ଅବସ୍ଥା ଏବେ ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି ।
କ୍ୟାପିଟାଲ ହସ୍ପିଟାଲରେ ଠିକ ଭାବରେ ରୋଗୀଙ୍କ ଚିକିତ୍ସା କରାଯାଉନଥିବା ଅଭିଯୋଗ ଆସିଛି । ଫଳରେ ସାଧାରଣ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ।



