
ନୂଆଦିଲ୍ଲୀ, ୨୮/୧୦/୨୧ (ଜିଲ୍ଲା ଖବର) : ସମସ୍ତଙ୍କୁ ଟିକା ପ୍ରଦାନ କରିବା ଦିଗରେ ପୁଣି ଏକ ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର। ଆସନ୍ତା ମାସରୁ ଆରମ୍ଭ ହେବ ହର ଘର ଦସ୍ତକ ଅଭିଯାନ । ଏହି ଅଭିଯାନରେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ଲୋକଙ୍କୁ ଟିକା ଦେବେ। ଏହି ସମୟରେ ଦ୍ବିତୀୟ ଡୋଜରୁ ବଞ୍ଚିତ ଲୋକଙ୍କ ସହ ଗୋଟିଏ ଡୋଜ ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯିବ।
ଦେଶରେ ଟିକାକରଣକୁ ଅଧିକ ବ୍ୟାପକ କରିବା ଦିଗରେ ପରବର୍ତ୍ତି ପଦକ୍ଷେପ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ। ଏହାପରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।


