Home ଅପରାଧ ୱାଙ୍ଖଡେଙ୍କ ବିରୋଧରେ ଅଣାଯାଇଥିବା ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ୍

ୱାଙ୍ଖଡେଙ୍କ ବିରୋଧରେ ଅଣାଯାଇଥିବା ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ୍

4

ମୁମ୍ବାଇ,୨୮/୧୦/୨୧ (ଜିଲ୍ଲା ଖବର) : ଏନସିବିର ଜୋନାଲ୍ ଡାଇରେକ୍ଟର୍ ସମୀର ୱାଙ୍ଖଡେଙ୍କ ବିରୋଧରେ ଅଣାଯାଇଥିବା ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ୍ । ତେବେ ଯାଞ୍ଚ ପାଇଁ ମୁମ୍ବାଇ ପୋଲିସ୍ ର ୪ ଜଣ ଅଫିସର୍ ଙ୍କୁ ନିଯୁକ୍ତି ଦିଆଯାଇଛି ।

ଅତିରିକ୍ତ ପୋଲିସ୍ ଆୟୁକ୍ତ ଦିଲୀପ ସାୱନ୍ତ ଏହି ତଦନ୍ତର ତଦାରଖ କରିବେ । ତେବେ ସମୀରଙ୍କ ବିରୋଧରେ ପ୍ରଭାକର ସାଇଲ୍, ସୁଧା ଦ୍ୱିବେଦୀ, କନିଷ୍କ ଜୈନ ଓ ନିତିନ୍ ଦେଶମୁଖଙ୍କ ପକ୍ଷରୁ ଲାଞ୍ଚ ନେଇଥିବା ନେଇ ଭିନ୍ନ ଭିନ୍ନ ଥାନାରେ ୪ଟି ମାମଲା ରୁଜୁ କରାଯାଇଛି ।

ଏହି ୪ଟି ଅଭିଯୋଗକର୍ତ୍ତାଙ୍କ ମଧ୍ୟରୁ ପ୍ରଭାକର ସାଇଲ୍ ହେଉଛନ୍ତି ଆର୍ଯ୍ୟନ ଖାନ୍ ମାମଲାରେ ଏନସିବିର ଏକ ସ୍ୱତନ୍ତ୍ର ସାକ୍ଷୀ ।

ସୂଚନାଯୋଗ୍ୟ, ଆର୍ୟନ ଖାନ ଡ୍ରଗ୍ସ କେସରେ ତଦନ୍ତର ନେତୃତ୍ୱ ନେଇଥିବା ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ସୋମବାର ଦିଲ୍ଲୀ ପହଞ୍ଚିଛନ୍ତି । କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟିରେ ୱାଙ୍ଖଡେ ସହିତ ଏଜେନ୍ସିର କିଛି ଅଧିକାରୀ ଆର୍ୟନଙ୍କୁ ଛାଡିବା ପାଇଁ ୨୫ କୋଟି ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି ।  ଏହା ପରେ ସମୀରଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆଦେଶ ଦିଆଯାଇଛି ।