ବିଲରେ ଘାସ କାଟୁଥିବା ବେଳେ ହାତୀ ଆକ୍ରମଣ

1

କଟକ,୨୮/୧୦/୨୧ (ଜିଲ୍ଲା ଖବର) :  ବିଲରେ ଘାସ କାଟୁଥିବା ବେଳେ ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ। ମୃତକ ଭାଗବତ ବେହେରା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ପଂଚାୟତର ରାମରାଙ୍ଗ ପାଟସାଇଲୋ ଗାଁ ରେ ଅଘଟଣ।

ପଛପଟୁ ହାତୀ ସୁଣ୍ଡରେ ଟେକି କଚାଡ଼ି ମାରିଦେଲା ହାତୀ। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି।