ଗାଡି ଅଟକାଇବା ଠାରୁ ଆରମ୍ଭ କରି ଫାଇନ କାଟିବା, କାଗଜ ପତ୍ରର କରୁଛନ୍ତି ଯାଞ୍ଚ

11

ସୁନ୍ଦରଗଡ଼,୨୮/୧୦/୨୧ (ଜିଲ୍ଲା ଖବର) : ସୁନ୍ଦରଗଡ଼  ଆରଟିଓଙ୍କ ଗାଡିରେ ବୁଲୁଛନ୍ତି ଦଲାଲ ! ଗାଡି ଅଟକାଇ ବା ଠାରୁ ଆରମ୍ଭ କରି ଫାଇନ କାଟିବା, କାଗଜ ପତ୍ର ଯାଞ୍ଚ । ସବୁଥିରେ ଆରଟିଓଙ୍କୁ ସହଯୋଗ କରନ୍ତି ଦଲାଲ ।  ସୁନ୍ଦରଗଡ଼ ସହକାରୀ ଆରଟିଓଙ୍କ ଗାଡିରେ ବୁଲୁଛନ୍ତି ଦଲାଲ!

ଦୁର୍ଭାଗ୍ୟକୁ ଯାଞ୍ଚ ବେଳେ ସହକାରୀ ଆରଟିଓଙ୍କ ସହ ଉପସ୍ଥିତ ଥିଲେ ସମ୍ପୃକ୍ତ ଦଲାଲ। ଆଉ ତା ପରେ ମଧ୍ୟମ ଦେଇଥିଲେ ଜଣେ ଗାଡି ମାଲିକ। ନିଜକୁ ଆରଟିଓ କହୁଥିବା ସୁନ୍ଦରଗଡ଼ର ପାଖନ ବାବୁ। କୁହାଯାଉଛି ପାଖନ ବାବୁ ସହକାରୀ ଆରଟିଓ ମ୍ୟାଡାମଙ୍କ ପାଖ ଲୋକ।

ଏହା ପ୍ରଥମ ଥର ନୁହଁ ଆଗରୁ ମଧ୍ୟ ଅନେକ ଥର ଦଲାଲ ପାଇଁ ହଟହଟା ହେଇଛନ୍ତି ମ୍ୟାଡାମ। ତଥାପି ଦଲାଲ ପାଖନ ବାବୁଙ୍କୁ ପାଖରୁ ଛାଡନ୍ତି ନାହିଁ ମ୍ୟାଡାମ। ଶୁଣିବାକୁ ମିଳୁଛି, କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ସମ୍ପୃକ୍ତ ଦଲାଲ।  

 ସାଧାରଣ ଲୋକେ ଯେତେ ଜଲିଲ୍ କରନ୍ତୁ ପଛେ ସବୁକିଛି ମୁଣ୍ଡପାତି ସହି ନିଅନ୍ତି ମ୍ୟାଡାମ।  ପ୍ରଶ୍ନ ଉଠୁଛି, କାହିଁକି ସବୁବେଳେ ମ୍ୟାଡାମଙ୍କ ସହ ଯାଆନ୍ତି ପାଖନ ବାବୁ ?  ପାଖନ ବାବୁ ମ୍ୟାଡାମଙ୍କ ପାଇଁ ଚାନ୍ଦା ଯୋଗାଡ଼ଠୁ ନେଇ ସବୁ ଡିଲ କରିବା ଅଭିଯୋଗ ସତ  କି ? ସରକାରୀ ଗାଡିରେ ଅଫିସରଙ୍କ ସହ ଦଲାଲ ବୁଲିବା କେତେଦୂର ଯଥାର୍ଥ ? ଘଟଣାର ଯାଞ୍ଚ କରିବ କି ଜିଲ୍ଲା ପ୍ରଶାସନ ?