Tuesday, November 17, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚ଼େତନତା ଶପଥପାଠ ସପ୍ତାହ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚ଼େତନତା ଶପଥପାଠ ସପ୍ତାହ

37

ଆସିକା,୨୭/୧୦(ଜିଲ୍ଲା ଖବର) : କେନ୍ଦ୍ର ସରକାର ଦୁର୍ନୀତି ନିବାରଣ ଆୟୁକ୍ତ ଏବଂ ଓଡିଶା ସରକାର, ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ
ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସଚ଼େତନତା ଶପଥ ପାଠ ସାପ୍ତାହିକ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଛାତ୍ରୀ-ଛାତ୍ରଙ୍କ ଯୋଗଦାନପୂର୍ବକ ଦୁର୍ନୀତି ନିବାରଣର ଶପଥପାଠ ହୋଇଯାଇଛି। ଆଜି ଭାରତ ଅର୍ଥନୈତିକ, ରାଜନୈତିକ ତଥା ସାମାଜିକ ପଶାପାଲିରେ ଦୁ୍ର୍ନୀତିର ଗନ୍ତାଘର ପାଲଟି ଯାଇଛି ବୋଲି ପ୍ରାୟ ସମସ୍ତ କର୍ମଚାରୀ ନିଜ ନିଜ ସଫେଇରେ କହିଥିଲେ।

ଅଧ୍ୟକ୍ଷ ଡ଼. ତ୍ରିପାଠୀ ନିଜର ଅଧ୍ୟକ୍ଷ ଭାଷଣରେ କହିଥିଲେ ଯେ, ଦୁର୍ନୀତି ହିଁ ଦେଶର ସମସ୍ତ ବିକାଶମୂଳକ ଯୋଜନାରେ ଅନ୍ତରାୟ ସୃଷ୍ଟି କରୁଛି। ଏହାକୁ ତୁରନ୍ତ ନ ରୋକାଯାଇ ପାରିଲେ ଦେଶର ବିକାଶ ଅସମ୍ଭବ ବୋଲି ସୂଚାଇଥିଲେ। କଲେଜ ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାରନାଥ ପଣ୍ଡା ନିଜର ବିବୃତିରେ କହିଥିଲେ, ଯେତେଦିନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ଷେତ୍ରରେ ସ୍ବଚ୍ଛତା, ଦାୟିତ୍ବାଧୀନତା ତଥା ନ୍ୟାୟର ମହତ୍ବ ନାହିଁ ସେତେଦିନ ପର୍ଯ୍ୟନ୍ତ ଆମ ଦେଶର ବିକାଶ ପଥରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବ। ଦେଶର ପୁଞ୍ଜିନିବେଶକାରୀ ଜନସାଧାରଣଙ୍କ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେ ମତ ପୋଷଣ କରିଥିଲେ।