Sunday, November 15, 2026
Home ଆଞ୍ଚଳିକ କଳ୍ପବଟ ଚଳନ୍ତି ଠାକୁର ଉପେନ୍ଦ୍ରନାଥଙ୍କ ଦେହତ୍ୟାଗ, ପାଣ୍ଡିଆବିଲି ଗ୍ରାମ୍ୟ ଆଶ୍ରମରେ ସମାଧୀସ୍ଥଳ

କଳ୍ପବଟ ଚଳନ୍ତି ଠାକୁର ଉପେନ୍ଦ୍ରନାଥଙ୍କ ଦେହତ୍ୟାଗ, ପାଣ୍ଡିଆବିଲି ଗ୍ରାମ୍ୟ ଆଶ୍ରମରେ ସମାଧୀସ୍ଥଳ

20

ଜଟଣୀ, ୨୭/୧୦(ଜିଲ୍ଲା ଖବର)-: କଳିଯୁଗରେ ଲୋକମାନଙ୍କର ହୃଦୟ ଜିଣିଥିବା କଳ୍ପବଟ ଚଳନ୍ତି ଠାକୁର ମହାପୁରୁଷ ଶ୍ରୀ ଶ୍ରୀ ଶ୍ରୀ ବାବା ଉପେନ୍ଦ୍ରନାଥ ହରିଚନ୍ଦନଙ୍କ ପାଣ୍ଡିଆବିଲିସ୍ଥିତ ଗ୍ରାମ୍ୟ ଆଶ୍ରମରେ ଦେହତ୍ୟାଗ ହୋଇଥିବା ଆଶ୍ରମର ଉତରାଧୀକାରି ପୁତ୍ର ଚିତରଂଜନ ହରିଚନ୍ଦନ ସୁଚନା ଦେଇଛନ୍ତି । ୧୯୫୫ ମସିହା ଜୁଲାଇ ୪ ତାରିଖରେ ଜଟଣୀବ୍ଲକ ଅନ୍ତର୍ଗତ ବେଣାପଜଂରୀ ପଚାଂୟତର ପାଣ୍ଡିଆବିଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଉପେନ୍ଦ୍ରନାଥ ରବିବାର ପୁର୍ବାହ୍ନ ୧୧ଟା ୧୦ମିନିଟରେ ଗ୍ରାମ୍ୟ ଆଶ୍ରମରେ ଦେହତ୍ୟାଗ କରିଥିଲେ । ଏନେଇ ଜଗତସିଂହପୁର ଜିଲା ଦେଢଶରଦେଉଳି ଗ୍ରାମରେ ରହିଥିବା ବାବା ଉପେନ୍ଦ୍ରନାଥଙ୍କ ଆଶ୍ରମ ସହିତ କେନ୍ଦ୍ରାପଡା ଜିଲା ସାଗୁଣାଘାଇ ଓ ଯାଜପୁର ଜିଲା ଛତିଆ ଅଂଚଳର ବରାଙ୍ଗ ଇତ୍ୟାଦି ସ୍ଥିର ଆଶ୍ରମରେ ବାବାଙ୍କୁ ଚଳନ୍ତ୍‌ି ଠାକୁର ମାନୁଥିବା ଭକ୍ତମାନଙ୍କୁ ଅବଗତ କରାଯାଇଥିଲା । ଖବରପାଇ ପାଣ୍ଡିଆବିଲିସ୍ଥିତ ଗ୍ରାମ୍ୟ ଆଶ୍ରମରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ବାବା କଳ୍ପବଟମୂଳରେ ଆଶ୍ରୟ ନେଉଥିବା ବେଳେ ଭକ୍ତମାନଙ୍କୁ ନିକଟରେ ବସାଇ ସତମାର୍ଗରେ ଚାଲିବାଲାଗି ପ୍ରେରଣା ଦେଉଥିଲେ । ସେ ସବୁବେଳେ କହୁଥିଲେ ଯେ, “ଭକତ ନୁହଇ ଆନ’ । ତେଣୁ ସେ ଏହି ଭଳି ଲୋକମାନଙ୍କୁ ବିପଦ ସମୟରେ ସାହାଯ୍ୟ ସହାନୁଭୂତି ନିଜ ମହିମାରେ ଦେଉଥିଲେ । ତାହା ମଧ୍ୟ କାର୍ଯ୍ୟକାରୀ ହେଉଥିଲା ବୋଲି ଉପସ୍ଥିତ ଭକ୍ତମାନେ ପ୍ରକାଶ କରିଥିଲେ । ଆଖପାଖ ଅଂଚଳର ଶହଶହ ମାନସିକବିକାରଗ୍ରସ୍ତ ରୋଗୀମାନଙ୍କୁ ଆରୋଗ୍ୟ କରି ସେଠାରୁ ବିଦାୟ ଦେଉଥିଲେ ବୋଲି ଏହାର ସୁଯୋଗଲାଭ କରିଥିବା ଭକ୍ତମାନେ କହିଥିଲେ । ସେହିପରି ସନ୍ତାନହୀନ ମହିଳାମାନେ ମଧ୍ୟ ବାବାଙ୍କ ଆଶିର୍ବାଦରୁ ସନ୍ତାନଲାଭ କରିଥିବା କହିଥିଲେ । ବାବା ଉପେନ୍ଦ୍ରନାଥ ଶ୍ୟାମାକାଳୀଙ୍କ ଭକ୍ତ ରହିଥିବାରୁ ପାଣ୍ଡିଆବିଲିସ୍ଥିତ ଗ୍ରାମ୍ୟ ଆଶ୍ରମରେ ପ୍ରତିଦିନ ସଂକିର୍ତନ, ଆଳତି ଓ ଭିନ୍ନ ଧରଣର ପୂଜାର ଆୟୋଜନ କରିଥାନ୍ତି । ଏଥିରେ ଆଖପାଖ ଅଂଚଳର ଶହଶହ ଲୋକେ ଉପସ୍ଥିତ ହୋଇଥାନ୍ତି । ବାବା ଚର୍ମରୋଗରେ ଆକ୍ରାନ୍ତ ରୋଗୀଙ୍କୁ ବିଛୁଆତି ଓ କଂଚାଲଙ୍କାର ପ୍ରଲେପ ସହିତ ୩ବୁନ୍ଦା କାଟପାଣିରେ ଆରୋଗ୍ୟ କରି ପ୍ରସିଦ୍ଧଲାଭ କରିଥିବା ଭକ୍ତମାନଙ୍କଠାରୁ ଶୁଣିବାକୁ ମିଳେ । ଗ୍ରାମବାସୀଙ୍କଲାଗି ସମସ୍ତକ୍ଷେତ୍ରରେ ଚଳନ୍ତି ଭଗବାନ ପାଲଟିଥିବା ବେଳେ କୃଷକମାନଙ୍କ ଲାଗି ମଧ୍ୟ ଭଗବାନ ପାଲଟିଥିଲେ । ନିଜ ଅର୍ଥରେ ଚାଷୀମାନଙ୍କ ଲାଗି ପାଣିପମ୍ପ ଯୋଗାଇ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଏଭଳି ଜଣେ ମହାପୁରୁଷଙ୍କ ଦେହତ୍ୟାଗ ଅଂଚଳବାସୀଙ୍କ ସହିତ ଦୁରଦୁରାନ୍ତରେ ଚର୍ଚାର ବିଷୟ ପାଲଟିଥିଲା । ବାବାଙ୍କ ଦେହତ୍ୟାଗପରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ବାବାଙ୍କୁ ଗ୍ରାମ୍ୟ ଆଶ୍ରମରେ ସମାଧୀ ଦିଆଯାଇଥିଲା । ଦେହତ୍ୟାଗ ପୂର୍ବରୁ ସ୍ୱଳ୍ପ ସମୟ ମଧ୍ୟରେ ଉତରାଧୀକାରି ଓ ଭକ୍ତମାନଙ୍କୁ କିଛି ନିତିବାଣୀ ଓ ଆଦର୍ଶ ଦେଇଯାଇଥିବା କହିଛନ୍ତି ଭକ୍ତମାନେ । ବାବାଙ୍କ ଦେହତ୍ୟାଗପରେ ଏବେ ଉକ୍ତ ଗ୍ରାମ୍ୟ ଆଶ୍ରମକୁ ପ୍ରତିଦିନ ଶହଶହ ଲୋକେ ଆସି ଅର୍ନ୍ତଧ୍ୟ୍ୟାନ ଅବସ୍ଥାରେ ବାବାକୁ ସ୍ମରଣ କରୁଥିବା ଦୃଶ୍ୟ କଳିଯୁଗରେ ଚଳନ୍ତି ଠାକୁରଙ୍କ ସହିତ ଭକ୍ତଙ୍କ ଆତ୍ମାମିଳନର ଉଦାହରଣ ସୃଷ୍ଟି କରିଛି । ବାବା ଏକଧାରରେ ଜଣେ ଆଧୁନିକ ଯୁଗର ଆବିଷ୍କୃତ ଯାନବାହାନ ଯଥା କାର,ମୋଟରସାଇକେଲ ଇତ୍ୟାଦିର ଆଭିଳାଶ୍ୟ ଥିଲେ ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର