Sunday, November 15, 2026
Home ଆଞ୍ଚଳିକ ରଜନୀକାନ୍ତ ଲଞ୍ଚ କଲେ, ନୂଆ ସୋସିଆଲ ମିଡିଆ ଆପ୍ Hoote

ରଜନୀକାନ୍ତ ଲଞ୍ଚ କଲେ, ନୂଆ ସୋସିଆଲ ମିଡିଆ ଆପ୍ Hoote

45

ନୂଆଦିଲ୍ଲୀ, ୨୭/୧୦/୨୧ (ଜିଲ୍ଲା ଖବର) : ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଲଞ୍ଚ କଲେ ନୂଆ ସୋସିଆଲ ମିଡିଆ ଆପ୍ Hoote । ଏହି ଆପ୍ ର ବିଶେଷତ୍ୱ ​​ହେଉଛି, ଆପଣ ଭଏସ୍ ନୋଟ୍ ମାଧ୍ୟମରେ ଆପଣଙ୍କର ଭାବନାକୁ ପ୍ରକାଶ କରିପାରିବେ। ଆପଣଙ୍କ ପୋଷ୍ଟକୁ ଅଧିକ ଭଲ କରିବା ପାଇଁ,  ଆପଣ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ମଧ୍ୟ ବ୍ୟବହାର କରିପାରିବେ। ଏହି ଆପ୍ ତାମିଲ, ହିନ୍ଦୀ, ତେଲୁଗୁ, ମରାଠୀ, ମାଲାୟାଲମ୍, କନ୍ନଡ, ବଙ୍ଗାଳୀ ଏବଂ ଗୁଜୁରାଟୀ ସହିତ ୮ ଟି ଭାରତୀୟ ଭାଷା ଏବଂ ୩ ଟି ଆନ୍ତର୍ଜାତୀୟ ଭାଷାକୁ ସପୋର୍ଟ କରେ। ତେବେ,  ଏହା ଏକ ଭଏସ୍ ଆଧାରିତ ସୋସିଆଲ୍ ମିଡିଆ ଆପ୍, ଯାହା ତାଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ ଦ୍ୱାରା ପ୍ରତିଷ୍ଠିତ।

ଗୁଗୁଲ୍ ପ୍ଲେ ଷ୍ଟୋରରେ ମାଗଣା ଡାଉନଲୋଡ୍ ପାଇଁ ଏହି ଆପ୍ ଉପଲବ୍ଧ। ଏହି ଆପ୍ ରେ, ଆପଣ ୬୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏକ ଭଏସ୍ ନୋଟ୍ ପଠାଇବାକୁ ସୁବିଧା ପାଇବେ। ଥରେ ରେକର୍ଡିଂ ସଂପୂର୍ଣ୍ଣ ହୋଇଗଲେ, ୟୁଜର୍ସ ପୋଷ୍ଟରେ କ୍ୟାପସନ୍, ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ଏବଂ ଏକ ଇମେଜ୍ ଯୋଡି ପାରିବେ।

ପୋଷ୍ଟର କ୍ୟାପସନ୍ ୧୨୦ ଶବ୍ଦ କିମ୍ବା ତା’ଠାରୁ କମ୍ ହେବା ଜରୁରୀ। ଅନ୍ୟାନ୍ୟ ସୋସିଆଲ୍ ମିଡିଆ ଆପ୍ ପରି, ଆପଣ ମଧ୍ୟ ଏହି ଆପରେ ପୋଷ୍ଟଗୁଡିକ ଲାଇକ୍, ରିପୋଷ୍ଟ ଏବଂ ସେୟାର କରିପାରିବେ।