Sunday, November 15, 2026
Home ଆଞ୍ଚଳିକ ଏହା ପ୍ରଥମ ନୁହେଁ , ପୂର୍ବରୁ ମଧ୍ୟ ମୁହାଁମୁହିଁ ହୋଇ ସାରିଛନ୍ତି ସମୀର ୱାଙ୍ଖଡେ ଓ...

ଏହା ପ୍ରଥମ ନୁହେଁ , ପୂର୍ବରୁ ମଧ୍ୟ ମୁହାଁମୁହିଁ ହୋଇ ସାରିଛନ୍ତି ସମୀର ୱାଙ୍ଖଡେ ଓ ଶାହାରୁଖ ଖାନ୍

8

ମୁମ୍ବାଇ, ୨୭/୧୦/୨୧ (ଜିଲ୍ଲା ଖବର) : ମୁମ୍ବାଇ କ୍ରୁଜ୍ ପାର୍ଟିରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଶାହରୁଖ ଖାନଙ୍କ ପୁଅ  ଆର୍ଯ୍ୟନ ଖାନ୍ । ଏହାକୁ ନେଇ ଚିନ୍ତାରେ ତାଙ୍କର ପୁରା ପରିବାର । ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ବାପା-ମା’ ।

ଅନ୍ୟପଟେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଅନେକ ପ୍ରମାଣ ଉପସ୍ଥାପନ କରିଛନ୍ତି, ଯେଉଁଥିପାଇଁ ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଜେଲରେ ସଜ୍ଜା ଭୋଗିବାକୁ ପଡୁଛି।

ଶାହରୁଖ ଏବଂ ସମୀର ୱାଙ୍ଖଡେ ମୁହାଁମୁହିଁ ହୋଇଥିବା ଏହା ପ୍ରଥମ ଘଟଣା ନୁହେଁ ବରଂ ଏହା ପୂର୍ବରୁ ୨୦୧୧ ମସିହାରେ, ଯେତେବେଳେ ଶାହାରୁଖ ତାଙ୍କ ପରିବାର ସହିତ ହଲାଣ୍ଡ ଏବଂ ଲଣ୍ଡନରୁ ଛୁଟି ଛୁଟି କାଟି ମୁମ୍ବାଇ ଫେରିଥିଲେ। ସେତେବେଳେ, ୱାଙ୍ଖଡେ ବିମାନବନ୍ଦରରେ କଷ୍ଟମ ଅଫିସରେ ସହକାରୀ କମିଶନର ଭାବରେ କାର୍ଯ୍ୟରତ ଥିଲେ ।  ଆଉ ସେତେବେଳେ ଶାହରୁଖ ଖାନଙ୍କ ପାଖରୁ ଏପରି ଅନେକ ବିଦେଶୀ ସାମଗ୍ରୀ ଥିଲା, ଯେଉଁଥିରେ କଷ୍ଟମ୍ ଚାର୍ଜ ଦେବା ଜରୁରୀ ଥିଲା। ଏବଂ ସେଠାରେ ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚୁରା କରାଯାଇଥିଲା ଏବଂ ଶାହାରୁଖ ଓ ତାଙ୍କ ପରିବାରକୁ ୧.୫୦ ଲକ୍ଷ ଟଙ୍କା କଷ୍ଟମ ଡ୍ୟୁଟି ଦେବା ପରେ ଯିବାକୁ ଅନୁମତି ଦିଆଯାଇଥିଲା ।