ପୁଣି ବାଇକରେ ବୁହା ହେଲା ଶବ, ଡାକ୍ତରଖାନାରୁ ଘରକୁ ନେବା ପାଇଁ ମିଳିଲାନି ଶବ ବୁହା ଗାଡି

10

କଟକ,୨୭/୧୦/୨୧ (ଜିଲ୍ଲା ଖବର) : ପୁଣି ବାଇକରେ ବୁହା ହେଲା ଶବ । ଡାକ୍ତରଖାନାରୁ ଘରକୁ ନେବା ପାଇଁ ମିଳିଲାନି ଶବ ବୁହା ଗାଡି। ଯାହା ଫଳରେ ମୃତକଙ୍କ ପରିବାର ଲୋକେ ବାଧ୍ୟ ହୋଇ ବାଇକରେ ବୋହି ନେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍କି ନିକଟସ୍ଥ ଢଂସର ଗାଁରେ ।

ଅଜୟ ଲେଙ୍କା ନାମକ ଯୁବକ ଜ୍ୱରରେ ପୀଡିତ ଥିଲେ । ତାଙ୍କୁ ଚିକିତ୍ସା ପାଇଁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ରାତିରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଲା । ମୃତଦେହକୁ ଡାକ୍ତରଖାନାରୁ ଘରକୁ ନେବା ପାଇଁ ଶବ ବୁହା ଗାଡି ମିଳିଲାନାହିଁ । ଶେଷରେ ଉପାୟଶୂନ୍ୟ ହୋଇ ୫ କିମି ଦୂର ନିଜ ଗାଁକୁ ବାଇକରେ ଶବ ବୋହି ନେଇଥିଲେ ପରିବାର ଲୋକ । ଏଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏଘଟଣା ନୂଆ ନୁହେଁ ବାରମ୍ୱାର ରାଜ୍ୟରେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସୁଛି। ସରକାରଙ୍କର ଅନେକ ଯୋଜନା ରହିଛି ହେଲେ ସେସବୁ ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି।Share