Saturday, November 14, 2026
Home ଆଞ୍ଚଳିକ DRDO ହାନିଟ୍ରାପ ମାମଲା; ରାଜସ୍ଥାନକୁ ଲମ୍ବିଛି ରହସ୍ୟମୟୀଙ୍କ ଚେର

DRDO ହାନିଟ୍ରାପ ମାମଲା; ରାଜସ୍ଥାନକୁ ଲମ୍ବିଛି ରହସ୍ୟମୟୀଙ୍କ ଚେର

13

 ୨୭/୧୦/୨୧ (ଜିଲ୍ଲା ଖବର) :  DRDO ହାନିଟ୍ରାପ ମାମଲା । ସାମ୍ନାକୁ ଆସିଲା ନୂଆ ତଥ୍ୟ । ରହସ୍ୟମୟୀ ମହିଳା ରାଜସ୍ଥାନ ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ କରିଥିଲା ହନିଟ୍ରାପ୍ । 15 ଅକ୍ଟୋବରରେ ହୋଇଥିଲା ମାମଲା ।  ଏ ସଂପର୍କରେ ରାଜସ୍ଥାନ CID  ଓଡ଼ିଶାର କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ ମଧ୍ୟ କରିଛି ।

ସେପଟେ 38 ହଜାର ଟଙ୍କାର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜରୁ ଆସିଥିଲା 24 ହଜାର ଟଙ୍କା।

ତେବେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଚୋରି ଘଟଣାରେ ଏବେ ସୁଦ୍ଧା ୫ ଠିକା କର୍ମଚାରୀ ଗିରଫ ହୋଇ ଜେଲରେ ଅଛନ୍ତି । ଅଭିଯୁକ୍ତମାନେ ହେଲେ ହେମନ୍ତ ମିସ୍ତ୍ରୀ, ବସନ୍ତ ବେହେରା, ତାପସ ନାୟକ,   ଶେଖ ମୁସାଫିର ଏବଂ ସଚ୍ଚିନ କୁମାର । ଏମାନେ ସୋସିଆଲ୍ ମିଡିଆ ଜରିଆରେ ପାକିସ୍ତାନୀର ରହସ୍ୟମୟୀ ମହିଳାଙ୍କ ସହ କଥା ହୋଇ ତଥ୍ୟ ଲିକ୍ କରୁଥିଲେ । ଘଟଣାରେ ଅଧିକ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ ।