Wednesday, November 11, 2026
Home ଆଞ୍ଚଳିକ ଟ୍ରିପଲ ‘ଟି’ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ: ସିବିକେ ମହାନ୍ତି

ଟ୍ରିପଲ ‘ଟି’ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ: ସିବିକେ ମହାନ୍ତି

8

୨୭/୧୦/୨୧ (ଜିଲ୍ଲା ଖବର) : ଓଡିଶାରେ କୋଭିଡ୍ ସ୍ଥିତିକୁ ନେଇ DMET  ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ଗତ ୭ଦିନ ଭିତରେ ସଂକ୍ରମଣ ୪୦୦ ରୁ ୬୦୦ ଭିତରେ ରହୁଛି । ତେବେ ଡବଲିଙ୍ଗ ଟାଇମ କମିଲେ ସଂକ୍ରମଣ କମିବ । ସଂକ୍ରମଣ ବଢିବା ରେ ଦୁଇଟି ସୂତ୍ର ହୋଇପାରେ ।

ଲୋକମାନେ କିପରି ନିୟମ ମାନୁଛନ୍ତି ଓ ଆଉ ଗୋଟେ ଭାଇରସର ଗୁଣ ସୂତ୍ର ପରିବର୍ତ୍ତନ ହେବା । ବିଶ୍ୱର କିଛି ଦେଶରେ ସଂକ୍ରମଣ ବଢିଛି । ତେବେ ଓଡିଶାରେ ସଂକ୍ରମଣ ସ୍ଥିର ରହିଛି । ଯେ ପର୍ଯ୍ୟନ୍ତ କରୋନା ପୂର୍ଣ୍ଣ ରୂପେ ପ୍ରତିହତ ନ ହୋଇଛି ସେ ପର୍ଯ୍ୟନ୍ତ କଡାକଡ଼ି ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି DMET  ।

ଟ୍ରାଭେଲ କ୍ଷେତ୍ରରେ ଯେହେତୁ ସେତେଟା କଟକଣା ନାହିଁ ତେଣୁ ଏ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଯେହେତୁ ଅନ୍ୟ ରାଜ୍ୟରେ ଏବଂ ଅନ୍ୟ ଦେଶରେ ସଂକ୍ରମଣ ବଢୁଛି ତେଣୁ ଓଡିଶାରେ ସର୍ଭିଲାନ୍ସକୁ ଆହୁରି ଅଧିକ କରିବାକୁ ପଡିବ ।ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ ।