
କନ୍ଧମାଳ,୨୭/୧୦(ଜିଲ୍ଲା ଖବର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେ ଗତକାଲି ସହିଦ ସପ୍ତାହ ପାଳନ ହୋଇଯାଇଛି | ଏହି ଅବ ସରରେ ସହିଦ ବାଳି କହଁରଙ୍କୁ ସମ୍ମାନ ଦିଆ ଯାଇଛି। କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ ସି ଏଚ୍ ଜେନା ବାସସ୍ଥାନରେ ଉପସ୍ଥିତ ହୋଇ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି |
ସହିଦ ସପ୍ତାହ ପାଳନ ଅବସରରେ କନ୍ଧମାଳ ଅତିରିକ୍ତ ଏସ୍ପିଙ୍କ ସମେତ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପୂଜାରୀ, ବାଲିଗୁଡ଼ା ଥାନା ଭାରାପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ, ଏସ ଆଇ ରବୀନ୍ଦ୍ର ମୁଣ୍ଡାରୀ , ଏଏସ୍ଆଇ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ





