Wednesday, October 14, 2026
Home ଆଞ୍ଚଳିକ କନ୍ଧମାଳ ବାଲିଗୁଡା ରେ ପହିଲି ଶୀତ

କନ୍ଧମାଳ ବାଲିଗୁଡା ରେ ପହିଲି ଶୀତ

4

ବାଲିଗୁଡା,୨୬/୧୦(ଜିଲ୍ଲା ଖବର):କନ୍ଧମାଳ ଜିଲ୍ଲାର ବାଲିଗୁଡା ସମେତ ସମଗ୍ର କନ୍ଧମାଳ ରେ ଗତ ଦୁଇଦିନ ହେଲା ହାଲୁକା ଶୀତ ଲାଗି ରହିଛି | ଦକ୍ଷିଣ ପଶ୍ଟିମ ବାୟୁର ପରିବର୍ତ୍ତନ ପରେପରେ ଧୀରେଧୀରେ ଘନ କୁହୁଡି ସହିତ ଶୀତ ବଢ଼ିବାରେ ଲାଗିଛି | ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ନିଆଁ ଜାଳି ଚାହା ପିଉଥିବା ସ୍ଥାନେସ୍ଥାନେ ଦେଖିବାକୁ ମିଳୁଛି | ହାଲୁକା ଶୀତର ମଜା ନେବା ପାଇଁ ଲୋକଙ୍କୁ ରାସ୍ତାରେ,ଷ୍ଟାଡିୟମ ରେ ମର୍ନିଙ୍ଗ ୱାର୍କ
ଓ ବ୍ୟାୟାମ କରିବା ଦେଖିବାକୁ ମିଳୁଛି | କନ୍ଧମାଳ ଜିଲ୍ଲାର ଶୀତର ମଜା ନେବାକୁ ଏହି ସମୟରେ ଦେଶ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ