
କନ୍ଧମାଳ,୨୬/୧୦(ଜିଲ୍ଲା ଖବର):ବାଲିଗୁଡ଼ା ସ୍ଥାନୀୟ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ ସଙ୍କୁଳ ସ୍ତରୀୟ ତ୍ରିଦିବସୀୟ ଶିବିର ଅନୁଷ୍ଠିତ ହୋଇଛି। ପ୍ରଥମ ଉଦ୍ଘାଟନ ଉଛ୍ ବରେ ବାଲିଗୁଡ଼ା ସହକାରୀ ଜିଲ୍ଲାପାଳ ହଳଧର ନାୟକ ମୁଖ୍ୟ ଅତିଥି ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତି ଜିଲ୍ଲା ସଂଯୋଜକ ଡ ବିଭୂତିଭୂଷଣ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୁବ ରେଡକ୍ରସ୍ ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାର ଗୁରୁ ଦାୟିତ୍ଵ ସେ୍ଵଛ୍ଛାସେବୀଙ୍କର ବୋଲି ପ୍ରାଞ୍ଜଳ ଭାବେ ଦ୍ରୃଷ୍ଟାନ୍ତ ଛଳରେ ବୁଝାଇଥିଲେ। ଅଧ୍ୟକ୍ଷ ପ୍ରଥମେ ରେଡକ୍ରସ୍ ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲା ସଂଯୋଜକ ଉପସ୍ଥିତ ସମସ୍ତଙ୍କୁ ଶପଥପତ୍ର ପାଠ କରାଇଥିଲେ।କାଉନସେଲର ଦଣ୍ଡପାଣି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।ବୈଷୟିକ ତାଲିମ୍ ଶିବିର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ସୁର୍ ପ୍ରାଥମିକ ଚିକିସ୍ଛା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଅଭ୍ୟାସ ଓ ଉପଚାର ବିଶାରଦଙ୍କ ଭୂମିକା ପ୍ରଦର୍ଶନ କରାଇଥିଲେ। ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ରେଡକ୍ରସ୍ ର ଭିତ୍ତି ଭୂମିକା ଗଠନର ଉଦ୍ଦେଶ୍ୟ ପ୍ରଗତି କଥା ବୁଝାଇଥିଲେ। 30 ଜଣ ଶିବିରାର୍ଥୀ ସାରଙ୍ଗଡ ତୁମୁଡ଼ିବନ୍ଧ ରାଇକିଆ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ କାଉନସିଲରଙ୍କ ସହ ଏଥିରେ ଯୋଗ ଦେଇଛନ୍ତି।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ




