Tuesday, October 13, 2026
Home ଆଞ୍ଚଳିକ ପଂଚାୟତ ନିର୍ବାଚନ ପାଇଁ ବିଜେପି ର ସାଙ୍ଗଠନିକ ବୈଠକ

ପଂଚାୟତ ନିର୍ବାଚନ ପାଇଁ ବିଜେପି ର ସାଙ୍ଗଠନିକ ବୈଠକ

17

ବାଲିଗୁଡା,୨୬/୧୦(ଜିଲ୍ଲା ଖବର):ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭାରତୀୟ ଜନତା ଦଳ କନ୍ଧମାଳ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି କିଭଳି ଜ଼ିଲ୍ଲାର ବ୍ଲକ ଅଧକ୍ଷ ଓ ଜ଼ିଲ୍ଲା ପରିଷଦ ପଦବୀ ନିଜ ଦଖଲ ରେ ରଖିବ ସେ ନେଇ ତୃଣମୂଳ ସ୍ତରରୁ ସଂଗଠନ କୁ ମଜବୁତ ପାଇଁ ପ୍ରୟାସ କରାଯାଉଛି ଜ଼ିଲ୍ଲାସଭାପତି ଜଗନ୍ନାଥ ସାହୁ ଙ୍କ ନିର୍ଦ୍ଦେଶକ୍ରମେ କ ନୂଆଗାଁ ବ୍ଲକ ସଭାପତି ଲାମ୍ବୁରା ପ୍ରଧାନ ଙ୍କ ନେତୃତ୍ୱରେ ସାଇନ ପଂଚାୟତ ଠାରେ ଶକ୍ତିକେନ୍ଦ୍ର ସ୍ତରୀୟ ବିଜେପି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ଏସ ଟି ମୋର୍ଚ୍ଚା ସଭାପତି ବିସିକେଶନ ପ୍ରଧାନ ଉପ ସଭାପତି ଗୋପୀନାଥ ଦଳବେହେରା ଉପସ୍ଥିତ ରହି ଦଳୀୟ କାର୍ଯ୍ୟକର୍ତ୍ତା ଙ୍କୁ ମାର୍ଗ ଦର୍ଶନ କରିଥିଲେ ଏହି କାର୍ଯ୍ୟକ୍ରମ ରେ କ ନୂଆଗାଁ ମଣ୍ଡଳର ଯୁବମୋର୍ଚ୍ଚା ସଭାପତି ଅନାଇ ମୁଖି ଗୌରାଙ୍ଗ ବିଶ୍ୱାଳ, ଉଦ୍ଧବ ଦିଗାଳ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ