
ବେଲଗୁଣ୍ଠା,୨୬/୧୦(ଜିଲ୍ଲା ଖବର ):ଓଡ଼ିଶାରେ ଆସନ୍ତା ଫେବୃୟାରୀ ମାସରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ I ଏନେଇ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ବ୍ଳକ୍ ପ୍ରଶାସନ ବୁଥ୍ ସ୍ତରୀୟ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି I ଏନେଇ ଗତ 22 ତାରିଖରେ ବ୍ଳକ୍ କାର୍ଯ୍ୟାଳୟରେ ବ୍ଲକ୍ କର୍ମଚାରୀ,ସୁପରଭାଇଜର ଏବଂ ବିଏଲ୍ଓ ମାନଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବିଡ଼ିଓ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପାଣିଗ୍ରାହୀ,କନିଷ୍ଠ ଯନ୍ତ୍ରୀ ସୁନୟନା ପାଣିଗ୍ରାହୀ, ନବୀନ ମାଝୀ, ପ୍ରଭାସ ଦାସ,ଫୁଲମଣି ମାଝୀ, ବ୍ଳକ୍ କର୍ମଚାରୀ ବିଶ୍ଵନାଥ ମହାନ୍ତି, ହାଡ଼ିବନ୍ଧୁ ମଲ୍ଲିକ୍, ପ୍ରିୟବ୍ରତ ଦଣ୍ଡପାଟ, ଚନ୍ଦନ ରାଉତ,ରଶ୍ମିତା ବରାଳ, ପ୍ରିୟଙ୍କା ପ୍ରଧାନ,ପ୍ରଦୀପ୍ତ ନାୟକ, ଟି.ଚନ୍ଦ୍ରହାସ୍,ସୁବ୍ରତ ଚୌଧୂରୀ,ଖଦାଳ ମଲ୍ଲିକ, ବୀର ଭାରତୀୟ ବେହେରା ଏବଂ ସୁମନ୍ ସାହୁ ପ୍ରମୁଖ ସୁପରଭାଇଜର ମାନଙ୍କ ସହିତ ବ୍ଲକ୍ ର ସମସ୍ତ 18 ପଂଚାୟତରେ ଥିବା 284 ଟି ବୁଥ୍ ପରିଦର୍ଶନ କରିଥିଲେ I ପରିଦର୍ଶନ ସମୟରେ ଅଧିକାରୀ ମାନେ ବୁଥ୍ ର ଆବଶ୍ୟକୀୟ କୋଠରୀ ସଂଖା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗ, ରାସ୍ତା, ଶୌଚାଳୟ ପ୍ରଭୃତି ବ୍ୟବସ୍ଥାର ତଦାରଖ କରିଥିଲେ I ଆଜିର ପ୍ରାକ୍ ତଦାରଖ କାର୍ଯ୍ୟକ୍ରମରେ ସୁପରଭାଇଜର ବାଳକୃଷ୍ଣ ସାବତ, ବାଲରାଜ୍ ଆୟାଙ୍ଗାର,ଭାସ୍କର ଗୌଡ଼,ଡମ୍ବରୁଧର ସାହୁ,ଶଲ୍ୟ ସିୟ,ମୋହନ ସେଠୀ, ପ୍ରତାପ ଶତପଥି,ମୃତ୍ୟୁଞ୍ଜୟ ରଥ,ପୂର୍ଣ୍ଣଚନ୍ଦ୍ର ମହାନ୍ତି,ସନିତ୍ ଜେନା ଏବଂ ସୁବ୍ରତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ
ରିପୋର୍ଟ-ଶିବରାମ ଚୌଧୁରୀ



