Home ଆଞ୍ଚଳିକ ବିଜୁ ଜନତା ଦଳର ସାର୍ବଜନୀନ ବୈଠକ

ବିଜୁ ଜନତା ଦଳର ସାର୍ବଜନୀନ ବୈଠକ

10

କନ୍ଧମାଳ,୨୬/୧୦(ଜିଲ୍ଲା ଖବର):ବାଲିଗୁଡା ନିର୍ବାଚନ ମଣ୍ଡଳୀ କ. ନୂଆଗାଁ ବ୍ଲକ ସାରଙ୍ଗଡ଼ ଠାରେ ବିଜୁ ଜନତା ଦଳର ସାର୍ବଜନୀନ ବୈଠକ ଅନୁଷ୍ଠିତ ହୋଇଥିଲା ବାଲିଗୁଡା -କନ୍ଧମାଳ ବାସୀଙ୍କ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬୫୭ କୋଟି ୫୭ ଲକ୍ଷ ୪ ହଜାର ଟଙ୍କାର ଦୁଇ ଗୋଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମଞ୍ଜୁର କରିଛନ୍ତି । ସାରଙ୍ଗଡ଼ ଗ୍ରାମ ପଞ୍ଚାୟତ ମଧ୍ୟ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ତେଣୁ ବିଜୁ ଜନତା ଦଳ ତରଫରୁ କନ୍ଧମାଳ ଜିଲ୍ଲାର ପଯ୍ୟବେକ୍ଷକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଯୋଗ ଦେଇ ଜନ ସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଆୟୋଜିତ ସଭା କାର୍ଯ୍ୟକ୍ରମ ରେ କ ନୂଆଗାଁ ବିଜେଡି ବ୍ଲକ ସଭାପତି ବାସୁଦେବ ପଣ୍ଡା ଉପ ସଭାପତି ସହଦେଵ ପାତ୍ର ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହିତ ସରକାର ଙ୍କ ଜନ ହିତକର ଯୋଜନା ସମ୍ପର୍କ ରେ ଅବଗତ କରିଥିଲେ l କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଦଳୀୟକର୍ମୀ ଯୋଗଦେଇଥିଲେ l
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ