
ଖୋର୍ଦ୍ଧା,୨୬/୧୦(ଜିଲ୍ଲା ଖବର)-ଦୁର୍ନୀତିମୁକ୍ତ ସମାଜ ତଥା ରେଳବାଇରୁ ଦୁର୍ନୀତି ଦୂର କରିବା ଉପରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ 26.10.2021 ରୁ 01.11.2021 ପର୍ଯ୍ୟନ୍ତ “ସତର୍କତା ସଚେତନତା ସପ୍ତାହ” ପାଳନ କରୁଛି।
ଏହି ପାଳନ ସମୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ଅଧିକାରୀ ଏବଂ କର୍ମଚାରୀଙ୍କୁ “ସଚ୍ଚୋଟତା” ର ଶପଥ ପାଠ କରାଇଥିଲେ। ସେ କହିଛନ୍ତି ଯେ ସମସ୍ତେ ସଜାଗ ରହିବା ଉଚିତ ଏବଂ ସର୍ବୋଚ୍ଚ ସଚ୍ଚୋଟତା ଏବଂ ଅଖଣ୍ଡତା ପ୍ରତି ପ୍ରତିବଦ୍ଧ ହେବା ଏବଂ ଦୁର୍ନୀତି ନିବାରଣ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ।ଦୁର୍ନୀତିମୁକ୍ତ ସମାଜ ପାଇଁ ନିଜକୁ ସମର୍ପିତ କରିବାର ଲକ୍ଷ୍ୟ ସହିତ ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ରେଲୱେ କର୍ମଚାରୀ ମାନେ ସଚ୍ଚୋଟତା ପାଇଁ ଶପଥ ନେଇଥିଲେ |ସତର୍କତା ସଚେତନତା ସପ୍ତାହ -2021 ପାଇଁ ବିଷୟବସ୍ତୁ ହେଉଛି “ସ୍ୱାଧୀନ ଭାରତ @ 75: ଅଖଣ୍ଡତା ସହିତ ଆତ୍ମନିର୍ଭରଶୀଳତା” | ସତର୍କତା ସଚେତନତା ସପ୍ତାହ 26.10.2021 ରୁ 01.11.2021 ପର୍ଯ୍ୟନ୍ତ ପାଳନ କରାଯିବ । ଏହି ପାଳନ ସମୟରେ ଦୁର୍ନୀତି ନିବାରଣ ଉପରେ ସଚେତନତା ବ୍ୟାନର, ପୋଷ୍ଟର, ସେମିନାର, ନୁକ୍କଡ ନାଟକ, ପ୍ରତିଯୋଗିତା, କର୍ମଚାରୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ପାଇଁ ସୁକ୍ଷ୍ମାନୁଭବ କାର୍ଯ୍ୟକ୍ରମ ମାଧ୍ୟମରେ କରାଯିବ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ରଂଜନ କୁମାର ମହାନ୍ତି, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ସ°ଯୋଜନା କରି ଥିଲେ ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


