Thursday, October 15, 2026
Home ଆଞ୍ଚଳିକ ମାନବିକତା ଦେଖାଇଲେ ବିଜୁ ଯୁବ ବାହିନୀ ସଭାପତି ଅଭିମନ୍ୟୁ ।।

ମାନବିକତା ଦେଖାଇଲେ ବିଜୁ ଯୁବ ବାହିନୀ ସଭାପତି ଅଭିମନ୍ୟୁ ।।

39

ସାନଖେମୁଣ୍ଡି (ଜିଲ୍ଲା ଖବର) : ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖା ଥିବାବେଳେ ସେହି ଶାଖା କୁ ନିଜ ଖାତା ଧରି ଟଙ୍କା ଉଠାଇବା ପାଇଁ ଯାଇଥିଲେ ବ୍ୟାଙ୍କ ରେ ଥିବା କ୍ୟାସିଅର ଙ୍କୁ 30000 ହଜାର ଉଠାଇବା ପାଇଁ ଫାର୍ମ ସହ ଖାତା ଦେଇଥିବା ବେଳେ କ୍ୟାସିଅର 55000 ଟଙ୍କା ଦେ ଇଦେଇଥିଲେ ଅଭିମନ୍ୟୁ ଙ୍କୁ ଭୁଲ ବଶତଃ କ୍ୟାସିଅର ଟଙ୍କା ଦେବା ପରେ ଅଭି ସେଠାରୁ ଟଙ୍କା କୁ ନ ଗଣି ପାଟପୁର ଅଭିମୁଖେ ଚାଲିଯାଇଥିଲେ କୌଣସି ଆବଶ୍ୟକତା ଯୋଗୁଁ ଖାତା ରୁ ଉଠାଇଥିବା ଟଙ୍କା ବାହାର କରିଥିଲେ ଆଉ ଗଣିଲା ବେଳକୁ 30000 ହଜାର ନୁହଁ 55000 । 25000 ଟଙ୍କା ଭୁଲ ରେ ଦେଇଦେଇଥଲେ କ୍ୟାସିଅର ଙ୍କ ସହ ଯୋଗାଯୋଗ କରି 25000 ଟଙ୍କା ଫେରସ୍ତ କରି ମାନବିକତା ଦେଖାଇଛନ୍ତି ଅଭିମନ୍ୟୁ । ଅଭିମନ୍ୟୁ ଖଲିଙ୍ଗି ସରପଞ୍ଚ ଙ୍କ ଦିଅର ।ଟଙ୍କା ଫେରସ୍ତ କରି ନିଜକୁ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଅଭିମନ୍ୟୁ ।

ରିପୋର୍ଟ ପ୍ରଫୁଲ ସାବତ